ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଏକ ଭାରିଯାନ ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଘଟି ଦୁର୍ଘଟଣା ପରେ ବାଘଟି ଗୁରୁତର ହୋଇ ଛଟପଟ ହେଉଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଓ ଭଞ୍ଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗୁରୁତର ବାଘକୁ ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା। ଏ ନେଇ ବନବିଭାଗ କର୍ମଚାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
Popular Categories



