ବୁଧବାର ରାଶିଫଳ (୧୯.୦୭.୨୦୨୩)

ମେଷ: ଜଣେ ସତ୍ୟନିଷ୍ଠ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ପ୍ରସନ୍ନ ବାକ୍ୟ ସଂଯୁକ୍ତ ହୋଇପାରନ୍ତି। ଜଣେ ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ବରିଷ୍ଠତା ବଜାୟ ରଖିବେ।
ବୃଷ: ପିଲାଳିଆ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଦ୍ୟୁତକ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। କଥାକଥାକେ କ୍ରୋଧ ସମ୍ବରଣ କରି ଶୃଙ୍ଖଳିତ ଜୀବନଯାପନ କରିପାରନ୍ତି। ସମାଜସେବାରେ ନିଜର ରୁଚି ରଖିବେ।
ମିଥୁନ: ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ବିଳାସବ୍ୟସନ ପ୍ରତି ଅନାଗ୍ରହୀ ହୋଇପାରନ୍ତି। ବହୁ ସୁଖର ଅଧିକାରୀ ହେବେ। ନୂଆ ଜମିଜମା କିଣିପାରନ୍ତି। କର୍ମତତ୍ପର ହେବେ। ଜ୍ଞାନୀ ହେବେ।
କର୍କଟ: ଦୟାଳୁ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ। ପରୋପକାର ଓ ସମାଜସେବା ପ୍ରତି ଆପଣଙ୍କ ରୁଚି ଜାଗ୍ରତ ହେବାର ସମ୍ଭାବନା ଅଛି। ଗୁଣଜ୍ଞ ହେବେ।
ସିଂହ: କଳହରୁ ଅପସରି ଯାଇପାରନ୍ତି। ଶତ୍ରୁ ମିତ୍ର ହୋଇପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସୁସ୍ଥ ଓ ନିରାମୟ ରହିବେ। କର୍ମଠ ହେବେ।
କନ୍ୟା: ମନୋଜ୍ଞ ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ସୁସ୍ଥ ଓ ସୁଦୃଶ୍ୟ ଶରୀର ସମ୍ପନ୍ନ ହେବେ। ସଦାସର୍ବଦା ସମୃଦ୍ଧି ପାଇଁ ତତ୍ପର ହୋଇପାରନ୍ତି। ବହୁ ମିତ୍ର ଓ ଆତ୍ମୀୟଙ୍କ ଶ୍ରଦ୍ଧାଭାଜନ ହେବେ। ତେଜୀୟାନ ହେବେ।
ତୁଳା: ବ୍ରହ୍ମବାଦୀମାନଙ୍କର ହିତସାଧନ କରିପାରନ୍ତି। ଉଦ୍ୟୋଗୀ ହେବେ। ପୁଣ୍ୟକର୍ମା ହୋଇପାରନ୍ତି। ଦୃଢ଼ଜ୍ଞ ହେବେ। ବିଖ୍ୟାତ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ଧୃତ କର୍ମଦକ୍ଷ ହେବେ। ପରୋପକାରୀ ହେବେ।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/odisha-news-1222/482900.html

ବିଛା: ସନ୍ତାନ ସୁଖରେ ସୁଖୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ଧର୍ମରତ ରହିବେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଶ୍ବସ୍ତ ହୋଇପାରନ୍ତି। ନିଜ ଆତ୍ମୀୟ ବନ୍ଧୁବାନ୍ଧବଙ୍କ ପ୍ରତି ସମ୍ମାନବୋଧ ରହିବ। କର୍ମଠ ହେବେ।
ଧନୁ: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। କ୍ଲୀବ ଓ କୃପଣ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପୁଣ୍ୟର କ୍ଷୟ ହୋଇପାରେ। ଅତି ସତର୍କରେ ଚଳିବାକୁ ପଡ଼ିବ। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ମକର: ପତ୍ନୀ ସର୍ବ ସୁଲକ୍ଷଣଯୁକ୍ତା ହୋଇପାରନ୍ତି। ସ୍ନେହମୟୀ ଲୌଭାନ୍ବିତ ହେବେ। ତାଙ୍କଠାରେ ସତ୍ୟପରାୟଣତା ଓ ଦୟାଳୁ ଭାବ ପରିସ୍ଫୁଟ ​​‌ହେବ। ପୁତ୍ରବତୀ ଓ ଅତିଥି ପରାୟଣତା ହେବେ। କର୍ମଠ ହେବେ।
କୁମ୍ଭ: ଧନ ଅର୍ଜନରେ ସଫଳତା ମିଳିପାରେ। କର୍ମ ତତ୍ପର ପ୍ରକାଶ ପାଇବ। ନିର୍ଭୀକ ଭାବେ ନିଜର ମତାମତ ବ୍ୟକ୍ତ କରିପାରନ୍ତି। ମନୋଭାବ ସହନଶୀଳ ହେଲେ ବି ଶାସକ ଭାବେ ଅନୁଶୀଳନ ଜାରି ରଖିବେ।
ମୀନ: ଜ୍ଞାନଗରିମା ସମ୍ପନ୍ନ ହୋଇପାରନ୍ତି। ରୂପବାନ୍‌ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଧନସହିତ ବିଦ୍ୟାଲାଭର ସୂଚନା ମିଳୁଛି। ଦେବ, ଗୁରୁ, ଦ୍ବିଜ ଭକ୍ତ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ।

Comments are closed.