www.samajalive.in
Wednesday, December 10, 2025
26.1 C
Bhubaneswar

ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ବୁଡିଲା ଏମ୍ ଭି ୩୭ ପୋଲ

ମାଲକାନଗିରି: ମାଲକାନଗିରି ଏମ୍ ଭି ୩୭ ପୋଲ ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ବାଲିମେଳା, ଚିତ୍ରକୋଣ୍ଡା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ତିନି ଦିନ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ପ୍ରାୟ ସବୁ ଅଂଚଳରେ ପରିସ୍ଥିତି ଗମ୍ଭୀର ରହିଥିବା ବେଳେ ବର୍ତ୍ତମାନ ଏମ୍ ଭି ୩୭ ପୋଲ ଉପରେ ପ୍ରାୟ ୩ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି। ଯାହାଫଳରେ ବାଲିମେଳା – ମାଲକାନଗିରି ଓ ଚିତ୍ରକୋଣ୍ଡା – ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/odisha-news-1223/482885.html

- Advertisement -

୨୦୧୬ ମସିହାରୁ ଏମ୍ ଭି ୩୭ ନିକଟରେ ଏକ ପୋଲ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଶେଷ ଶେଷ ନ ହେବାରୁ ଏଭଳି ଚିତ୍ର ପ୍ରତି ବର୍ଷ ଦେଖିବାକୁ ମିଳୁଛି। ଅଂଚଳବାସୀଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ଏହା ସହ ବର୍ଷା କାରଣରୁ ମାଲକାନଗିରି ମୋଟୁ ୩୨୬ ଜାତୀୟ ରାଜପଥ ପୋତେରୁ, କାଙ୍ଗୁରୁ କୋଣ୍ଡା ପୋଲକୁ ପାଣି ଉଛୁଳା ମାରୁଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories