ଭୁବନେଶ୍ବର : ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଆସନ୍ତା ୧୮ରୁ ୨୧ ମଧ୍ୟରେ ମୌସୁମୀ ପୂର୍ବ ଭାରତର କିଛି ଅଂଶକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ତାତି ଓ ଗୁଳିଗୁଳି ଧାରା ଅବ୍ୟାହତ ରହିଛି। ଅଧିକାଂଶ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ତଳେ ରହିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୧ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୩.୭, ଭବାନୀପାଟଣା ୪୩, ବୌଦ୍ଧ ୪୨.୮, ବଲାଙ୍ଗୀର ୪୨.୫, ଟିଟିଲାଗଡ଼ ୪୨.୫, ବରଗଡ଼ ୪୨.୨ ଝାରସୁଗୁଡ଼ା ୪୩.୬, ହୀରାକୁଦ ୪୩.୭ , ମାଲକାନଗିରି ୪୨, ସୁନ୍ଦରଗଡ଼ ୪୧.୩, ନୂଆପଡ଼ା ୪୧, ତାଳଚେର ୪୦.୬, ଅନୁଗୋଳ ୪୦.୧, ରାଉରକେଲା ୪୦, ନୟାଗଡ଼ ୪୦, ଫୁଲବାଣୀରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
Popular Categories



