www.samajalive.in
Thursday, December 11, 2025
13.1 C
Bhubaneswar

ତାତିରେ ସିଝିବ ଓଡ଼ିଶା; ୧୩ ଯାଏ ନିସ୍ତାର ନାହିଁ

ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷୁଛି ନିଆଁ। କ୍ରମାଗତ ସପ୍ତାହେ ହେଲା ପଶ୍ଚିମ ଓଡ଼ିଶାର ନିଆ ଗଳୁଛି। ଗୁଜରାଟ ଆଡ଼ୁ ପ୍ରବାହିତ ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ତାତି ବଢୁଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପଶ୍ଚିମରେ ତାତି କମିବାର ସମ୍ଭାବନା ନାହିଁ। ତତଲାଗଡ ଭାବେ ପରିଚିତ ଟିଟିଲାଗଡକୁ ପୁଣି ତାତି ଫେରିଛି। ଆଜି ୪୫.୨ ଡିଗ୍ରୀ ସେଲସିୟସ ସହ ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୧୯ ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ, ୭ ସ୍ଥାନରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି।

ସୁବର୍ଣ୍ଣପୁର ଓ ଭବାନୀପାଟଣାରେ ୪୪.୬ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ଝାରସୁଗୁଡା ଓ ବଲାଙ୍ଗୀରରେ ୪୪.୨ ଡିଗ୍ରୀ ଲେଖାଏଁ, ସମ୍ବଲପୁର ୪୪.୧ ଓ ବରଗଡ‌େ‌ର ତାପମାତ୍ରା ୪୪ ଡିଗ୍ରୀ ରହିଛି। ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ନ ଆସିବା ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳମୁହଁା ହେବାର ସମ୍ଭାବନା କମ ରହିଛି। ଯଦି କାଳବୈଶାଖୀ ପ୍ରଭାବରେ ବର୍ଷା ହୁଏ ତେବେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି। ତେବେ ୧୩ ତାରିଖ ପର୍ଯ୍ୟନ୍ତ ତାତିରୁ ଆଶ୍ବସ୍ତିି ମିଳିବାର ସମ୍ଭାବନା କମ। ପାଣିପାଗ ବିଭାଗର ଆକଳନ କହୁଛି, ଆଉ ଦୁଇଦିନ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରୀ ଲାଗି ରହିପାରେ। ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, ନୂଆପଡା, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଲାଗି ରହିବ। ଅନ୍ୟପଟେ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ିଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ।

- Advertisement -

ଉପକୂଳରେ ଆର୍ଦ୍ରତା ଉପରମୁହାଁ ହୋଇଛି। ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପ୍ରଭୃତି ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ରହୁଛି। କେନ୍ଦ୍ରୀୟ ଭାରତର ଏହି ସ୍ଥାନରେ ସୃଷ୍ଟି ହୋଇଛି ଗୁରୁଚାପ। ଏହି ଅଞ୍ଚଳରୁ ଓଡ଼ିଶା ଭିତରକୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଯାହାର ପ୍ରଭାବରେ ରାଜ୍ୟର ବାୟୁମଣ୍ଡଳର ଉପରି ଭାଗ ୨ କିଲୋମିଟର ବ୍ୟାପି ଶୁଷ୍କ ରହୁଛି। ଫଳରେ ପ୍ରବଳ ଆର୍ଦ୍ରତା ସତ୍ତ୍ବେ ମେଘଖଣ୍ଡ ସୃଷ୍ଟି ହେବାରେ ବାଧା ଉପୁଜୁଛି। ତେଣୁ ତାତି କମିବାର ନାଁ ଧରୁନି। ତାତି କମ ଥିଲେ ହେଁ ଗୁଳୁଗୁଳି ପ୍ରବଳ ହେଉଛି। ପୁରୀରେ ୭୬%, ପାରାଦ୍ୱୀପରେ ୭୫% ଓ ଭୁବନେଶ୍ୱରରେ ୬୦% ଆର୍ଦ୍ରତା ରହୁଛି। ତାପମାତ୍ରା ୩୩ରୁ ୩୫ଡିଗ୍ରୀ ଭିତରେ ରହୁଥିଲେ ହେଁ ଆର୍ଦ୍ରତା ଅଧିକ ରହୁଥିବା ଯୋଗୁଁ ତାତି ୫ରୁ ୧୦ଡିଗ୍ରୀ ଅଧିକ ଥିବା ଭଳି ଲାଗୁଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories