www.samajalive.in
Saturday, December 6, 2025
19.1 C
Bhubaneswar

କଲକାତା ଘଟଣାକୁ ନେଇ ଇସ୍ତଫା ଦେଲେ ଟିଏମସି ସାଂସଦ, ମମତାଙ୍କୁ ଦୋଷ ଦେଲେ

ସମାଜ ଡିଜିଟାଲ ଡେସ୍କ: କଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ମର୍ମାହତ ହୋଇପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଜହର ସିରସାର୍‌। ଏହି କାରଣରୁ ସେ ରାଜ୍ୟ ସଭା ସଦସ୍ୟତା ପଦରୁ ଇସ୍ତଫା ଦେବା ସହିତ ରାଜନୀତି ଛାଡ଼ିଛନ୍ତି। ଏ ନେି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଜଣାଇବା ସହିତ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

ରାଜ୍ୟକୁ ରକ୍ଷା କରିବା ଲାଗି କିଛି କରିବାକୁ ସିର୍‌ସାର ମମତାଙ୍କ ନିକଟରେ ଦାବି କରିଛନ୍ତି। ସିରସାର୍‌ ମମତାଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ସାଂସଦ ଭାବେ ପଶ୍ଚିମବଙ୍ଗର ସମସ୍ୟା ସଂସଦରେ ଉପସ୍ଥାପନ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ତେଣୁ ମୁଁ ଇସ୍ତଫା ଦେବା ସହିତ ରାଜନୀତି ଛାଡ଼ିବାକୁ ଚାହୁଁଥିବା ନେଇ ଆପଣଙ୍କୁ ଅବଗତ କରାଉଛି। ବିଗତ ଏକ ମାସ ହେବ ଏହି ଘଟଣାରେ ମର୍ମାହତ। ଆପଣ ପୁରୁଣା ମମତା ବାନାର୍ଜୀ ଢଙ୍ଗରେ ଏଥିରେ ସିଧାସଳଖ ହସ୍ତକ୍ଷେପ କରିବେ ବୋଲି ଆଶା ଥିଲା। କିନ୍ତୁ ତାହା ହେଲା ନାହିଁ। ସରକାର ଏବେ ଯାହା ବି ପଦକ୍ଷେପ ନେଉଛନ୍ତି ତାହା ବହୁତ କମ୍‌ ଏବଂ ଅତ୍ୟନ୍ତ ବିଳମ୍ବିତ। ଯଦି ଦୁର୍ନୀତିଖୋର ଡାକ୍ତର ଏବଂ ପ୍ରଶାସକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାଧାରଣ ଅବସ୍ଥା ଫେରିଆସନ୍ତାଣି ବୋଲି ସେ ଲେଖିଛନ୍ତି। ସିରସାର ୨୦୨୧ରେ ଟିଏମସିରେ ଯୋଗଦେଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories