www.samajalive.in
Sunday, December 7, 2025
15.1 C
Bhubaneswar

ଆସିଲା ଖୁସିଖବର: ବାପା-ମାଆ ହେଲେ ଦୀପବୀର

ମୁମ୍ବାଇ: ବାପା-ମାଆ ହେଲେ ବଲିଉଡ଼ର ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା। ଗଣେଶ ଚତୁର୍ଥୀ ପରଦିନ ଦୀପବୀରଙ୍କ ଘରକୁ ହୋଇଛି ଲକ୍ଷ୍ମୀଙ୍କ ଆଗମନ। ତେବେ ସେପ୍ଟେମ୍ବର ୨୮ରେ ଦୀପିକାଙ୍କ ପ୍ରସବ ହେବ ବୋଲି କୁହାଯାଉଥିବାବେଳେ ୨୦ ଦିନ ପୂର୍ବରୁ ସେପ୍ଟେମ୍ବର ୮ରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଦୀପବୀରଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।


ଶନିବାର ସନ୍ଧ୍ୟାରେ ଦୀପିକା ଓ ରଣବୀର ସିଂହ ହସ୍ପିଟାଲ ଯାଉଥିବା ନଜର ଆସିଥିଲେ। ଦୀପିକାଙ୍କୁ ତାଙ୍କ ମାଆ ଉଜ୍ଜଲା ପାଦୁକୋନ ଓ ସ୍ଵାମୀ ରଣବୀର ସିଂହଙ୍କ ସହ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଖୁସି ଖବରକୁ ଅପେକ୍ଷା କରିଥିଲେ ପ୍ରଶଂସକ, ଆଉ ଆଜି ମିଳିଛି ସେହି ଖୁସିଖବର। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦୀପିକା ଗର୍ଭବତୀ ଥିବା ଘୋଷଣା କରିଥିଲେ ଏହି ଦମ୍ପତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories