www.samajalive.in
Thursday, December 11, 2025
26.1 C
Bhubaneswar

ଝିଅମାନେ ନିଜ ସୁରକ୍ଷା ନିଜେ କରିବା ଉଚିତ: ମମତା

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଝିଅମାନେ ନିଜ ସୁରକ୍ଷା ନିଜେ କରିବା ଦରକାର ବୋଲି ମମତା କହିଛନ୍ତି। ଏହି ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି, କିନ୍ତୁ କହିଛନ୍ତି ଯେ, ପୀଡ଼ିତା ଯେଉଁ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ, ଉକ୍ତ ଶିକ୍ଷାନୁଷ୍ଠାନ ସ୍ପଷ୍ଟ କରିବା ଜରୁରୀ ଯେ, ପୀଡ଼ିତା ଏତେ ରାତିରେ କିପରି ବାହାରକୁ ଆସିଲେ।

ମମତା କହିଛନ୍ତି, ରାତି ସାଢ଼େ ୧୨ଟାରେ ପୀଡ଼ିତା ବାହାରକୁ କିପରି ଆସିଲେ। ସେ ଯାହା ଜାଣିଛନ୍ତି, ଏହି ଘଟଣା ଏକ ଜଙ୍ଗଲ ଅଞ୍ଚଳରେ ଘଟିଛି। ଏହାର ତଦନ୍ତ ଚାଲିଛି। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଘରୋଇ ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ। ବିଶେଷ କରି ଝିଅମାନଙ୍କୁ ରାତ୍ରି ସମୟରେ ବାହାରକୁ ଯିବାକୁ ଅନୁମତି ଦେବା ଅନୁଚିତ। ଛାତ୍ରୀମା​‌ନେ ମଧ୍ୟ ନିଜେ ନିଜ ସୁରକ୍ଷା କରିବା ଜରୁରୀ। ଦୋଷୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମମତା କହିଛନ୍ତି।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories