ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଯମୁନାପଶି, କୋଡ଼ଖମଣ, ଗୋଡ଼ିପୋଖରୀ, ପଦ୍ମପୁର, ପଦ୍ମକେଶରପୁର, ବରୁଡିପଶି, ଚେମଣା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧନୁର୍ଜୟପୁର, ବାରଡାଙ୍ଗୁଆ, ଭୃଙ୍ଗରାଜପଶି, ରାଜନଗର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ନୂଆଖମଣ,ବଳଭଦ୍ରପୁର ,ନୂଆଗାଁ ଆଦି ଗ୍ରାମ ମାନଙ୍କରେ ବର୍ଷା ଜଳ ତଥା କାନଝରୀ କେନାଲ ପାଣି ଅଭାବ ଯୋଗୁଁ ଧାନବିଲ ଫାଟି ଆଁ ହୋଇଗଲାଣି। ଏ ବର୍ଷ ଚାଷୀମାନେ ବର୍ଷା ଅଭାବରୁ ବିଳମ୍ବରେ ଧାନ ବେଉଷଣ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ବର୍ଷା ଛାଡ଼ିଯିବା ଏବଂ କାନଝରୀ କେନାଲ ପାଣି ବନ୍ଦ କରିଦେଇଥିବାରୁ ପିଲାର ଦେବା, ଘାସ ବାଛିବା ସମସ୍ୟା ଦେଖାଦେଇଛି। ଅତି ଶୀଘ୍ର କେନାଲ କର୍ତ୍ତୃପକ୍ଷ କେନାଲ ପାଣି ଯୋଗାଇ ଦେବାକୁ ଏହି ଅଞ୍ଚଳର ଚାଷୀମାନେ ଦୃଢ଼ ଦାବି ଜଣାଇଛନ୍ତି। ଯଦି କେନାଲ ପାଣି ଯୋଗାଇ ଦିଆ ନ ଯାଏ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Popular Categories



