www.samajalive.in
Saturday, December 6, 2025
16.1 C
Bhubaneswar

‘ଅଶ୍ବିନଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇନାହାନ୍ତି ୱାଶିଂଟନ୍‌’

ବ୍ରିସ୍‌ବେନ୍‌ : ଅଷ୍ଟ୍ରେଲିଆର ସହ ପ୍ରଶିକ୍ଷକ ଆଣ୍ଡ୍ୟୁ ମ୍ୟାକ୍‌ଡୋନାଲ୍ଡ ଭାରତୀୟ ଅଫ୍‌ ସ୍ପିନର ୱାଶିଂଟନ ସୁନ୍ଦରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ମ୍ୟାକ୍‌ଡୋନାଲ୍ଡ କହିଛନ୍ତି ଯେ, ବ୍ରିସ୍‌ବେନ୍‌ରେ ୪ର୍ଥ ଟେଷ୍ଟ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ସିରିଜ୍‌ ନିର୍ଣ୍ଣୟ କରିବ। ଉକ୍ତ ମ୍ୟାଚରେ ଭାରତୀୟ ବୋଲିଂ ଲାଇନ୍‌ ସମ୍ପୂର୍ଣ୍ଣ ଭାବେ ଅନଭିଜ୍ଞ ବୋଲରମାନଙ୍କୁ ନେଇ ଗଠିତ। ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ସ୍ଥାନରେ ଟି. ନଟରାଜନ୍‌ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଟେଷ୍ଟ ପଦାର୍ପଣ କରିଛନ୍ତି। ପଦାର୍ପଣରେ ନଟରାଜନ୍‌ ଓ ୱାଶିଂଟନ ପ୍ରଭାବୀ ପ୍ରଦର୍ଶନ କରିବା ସହିତ ୩ଟି ଲେଖାଏଁ ୱିକେଟ ନେଇଛନ୍ତି। ବିଶେଷ କରି ୱାଶିଂଟନ ଚମତ୍କାର ବୋଲିଂ କରିବା ସହିତ ଅଶ୍ବିନଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇନାହାନ୍ତି ବୋଲି ମ୍ୟାକଡୋନାଲ୍ଡ କହିଛନ୍ତି। ୱାଶିଂଟନ ଶୃଙ୍ଖଳିତ ଭାବେ ବୋଲିଂ କରିବା ସହିତ ସଦାସର୍ବଦା ଲାଇନ୍‌ ଲେନ୍ଥ ଉପରେ ଗୁରୁତ୍ବ ଦେଇଥିଲେ। ଯାହା ଫଳରେ ୮୯ରନରେ ୩ଟି ୱିକେଟ ହାସଲ କରିବାରେ ସକ୍ଷମ ହୋଇଥିଲେ। ପ୍ରଥମ ଟେଷ୍ଟରେ ଜଣେ ବୋଲରଙ୍କ ପାଖରୁ ଏଭଳି ପ୍ରଦର୍ଶନ ଠାରୁ ଆଉ ଅଧିକ ଆଶା କରାଯାଇନପାରେ ବୋଲି ମ୍ୟାକଡୋନାଲ୍ଡ କହିଛନ୍ତି। ସାର୍ଦ୍ଦୁଳ, ନଟରାଜନ୍‌ ଓ ୱାଶିଂଟନ ଶୃଙ୍ଖଳିତ ଭାବେ ବୋଲିଂ କରିଥିଲେ। ଫଳରେ ୱିକେଟ ହାସଲ କରିବାରେ ସକ୍ଷମ ହୋଇଥିଲେ। ନଟରାଜନ୍‌ ବଲକୁ ସୁଇଂ କରିବାରେ ସକ୍ଷମ ହୋଇଥିଲେ ବୋଲି ମ୍ୟାକଡୋନାଲ୍ଡ କହିଛନ୍ତି। ପ୍ରଥମ ଇନିଂସରେ ୩୫୦ରନ ଅତିକ୍ରମ କରିବା ଆମର ପ୍ରଥମ ଲକ୍ଷ୍ୟ ରହିଥିଲା। ଏବେ ଆମକୁ ଭଲ ବୋଲିଂ କରିବାର ସମୟ ଆସିଛି। ଦୁଇ ଭାରତୀୟ ଓପନରଙ୍କୁ ଆଉଟ୍‌ କରିବା ଆମ ପାଇଁ ଦ୍ବିତୀୟ ଦିନରେ ବଡ ସଫଳତା ଥିଲା । ଦ୍ବିତୀୟ ଇନିଂସରେ ଭାରତୀୟ ବୋଲରମାନଙ୍କ ପ୍ରତି ଆମ ବ୍ୟାଟ୍‌ସମ୍ୟାନମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ମ୍ୟାକଡୋନାଲ୍ଡ କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories