www.samajalive.in
Sunday, December 14, 2025
14.1 C
Bhubaneswar

ମଝି ଆକାଶରେ ବିମାନ ଦୁର୍ଘଟଣା; ୬ଜଣଙ୍କ ମୃତ୍ୟୁ

ଓ୍ୱାଶିଂଟନ୍: ଆମେରିକାର ଡଲାସ ସହରରେ ବିମାନ ଦୁର୍ଘଟଣା ହୋଇଛି । ମଝି ଆକାଶରେ ଏୟାର ସୋ’ ବେଳେ ୨ଟି ବିମାନ ମଧ୍ୟରେ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିଛି ଜଣ ମଧ୍ୟ ଆହତ ହୋଇଚନ୍ତି । ମିଳିଥିବା ସୂଚନା ଅନୁସାରେ, ଦୁଇଟି ବିମାନ ଦୁର୍ଘଟଣା ହେବା ପରେ ସଙ୍ଗେସଙ୍ଗେ ଜଳିଜାଇଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନ ଦୁର୍ଘଟଣା ଖବର ପାଇବା ମାତ୍ରେ ଜରୁରୀକାଳୀନ କର୍ମଚାରୀମାନେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ ।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ଏକ ବିବୃତ୍ତିରେ କହିଛି ଯେ ଏକ ବୋଇଙ୍ଗ ବି-୧୭ ଫ୍ଲାଇଙ୍ଗ ଓ ବେଲ ପି-୬୩ କିଙ୍ଗକୋବ୍ରା ମଧ୍ୟରେ ଏହି ଦୁର୍ଘଟଣା ହୋଇଛି । ଆମେରିକାର ସମୟ ପ୍ରାୟ ଦିନ ୧ଟା ୨୦ ମିନିଟରେ ଏହି ଦୁର୍ଘଟଣା ହୋଇଛି । ବି-୧୭ ହେଉଛି ଏକ ବୃହତ ଚାରି ଇଞ୍ଜିନ ବିଶିଷ୍ଟ । ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ବାୟୁସେନା ଦ୍ୱାରା ବ୍ୟବହୃତ ହୋଇଥିଲା । କିଙ୍ଗକୋବ୍ରା ହେଉଛି ଏକ ଆମେରିକୀୟ ଯୁଦ୍ଧ ବିମାନ ଯାହା ଯୁଦ୍ଧ ସମୟରେ ସୋଭିଏତ୍ ସୈନ୍ୟଙ୍କ ବିରୋଧରେ ବ୍ୟବହୃତ ହୋଇଥିଲା ବୋଲି ସୂଚନା ଦିଆଯାଇଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories