www.samajalive.in
Monday, December 8, 2025
14.1 C
Bhubaneswar

ଘନେଇଲା ଯୁଦ୍ଧ ଆଶଙ୍କା – ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ଇରାନ୍‌

ତେହେରାନ: ଇସ୍ରାଏଲ ଓ ଇରାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ମଧ୍ୟପ୍ରାଚ୍ୟ ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଶନିବାର ଇରାନର ରିଭୋଲ୍ୟୁସନାରୀ ଗାର୍ଡ ସୈନ୍ୟମାନେ ୟୁଏଇ ଉପକୂଳ ହର୍ମୋଜ୍‌ ପ୍ରଣାଳୀରେ ଇସ୍ରାଏଲର ଏକ ପଣ୍ୟବାହୀ ଜାହାଜ ‘ଏମସିଏସ୍‌ ଏରିଜ୍‌’କୁ ଅଟକାଇବା ପରେ ଏହି ସ୍ଥିତି ଚରମ ସୀମାରେ ଉପନୀତ ହୋଇଛି। ଏପରିକି ଆସନ୍ତା ଚବିଶ ଘଣ୍ଟା ଅର୍ଥାତ ରବିବାର ସୁଦ୍ଧା ଇସ୍ରାଏଲ ବିରୋଧରେ ଇରାନ୍‌ ଯୁଦ୍ଧ ଘୋଷଣା କରିପାରେ ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଇରାନ ପକ୍ଷରୁ ଡ୍ରୋନ୍‌ କିମ୍ବା କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲର ସୀମିତ ଅଞ୍ଚଳରେ ଆକ୍ରମଣ କରାଯାଇପାରେ ବୋଲି ହ୍ବାଇଟ ହାଉସ ପକ୍ଷରୁ ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲକୁ ସମସ୍ତ ପ୍ରକାର ସାମରିକ ସହାୟତା ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଥିବାବେଳେ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଯୁଦ୍ଧଜାହାଜ ପଠାଇଥିବା ଜଣାପଡିଛି। ଇତିମଧ୍ୟରେ ଆମେରିକା ନୌବାହିନୀର ଦୁଇଟି ବିଧ୍ବଂସୀ ଜାହାଜ ଯଥାକ୍ରମେ ଭୂମଧ୍ୟ ସାଗର ଏବଂ ଲୋହିତ ସାଗରରେ ପହଞ୍ଚିଥିବା ଜଣାପଡିଛି। ୨୦୦୦ କିମି ଦୂରତାରେ ଥିବା ଲକ୍ଷ୍ୟକୁ ଭେଦ କରିପାରୁଥିବା କ୍ଷେପଣାସ୍ତ୍ରକୁ ଏହି ଜାହାଜରେ ମୁତୟନ କରାଯାଇଛି।

ଯଦି ଆବଶ୍ୟକ ପଡେ, ତେବେ ଆମେରିକା ପକ୍ଷରୁ ଉକ୍ତ ଅଞ୍ଚଳକୁ ବିମାନବାହୀ ଯୁଦ୍ଧଜାହାଜ ପଠାଯିବ ବୋଲି ବାଇଡେନ ପ୍ରଶାସନ ସ୍ପଷ୍ଟ କରିଛି। ଗୋଟିଏପଟେ ଆକ୍ରମଣର ସମସ୍ତ ସମ୍ଭାବନା ଥିବାବେଳେ ଇରାନ ଉପରେ ପ୍ରଥମେ ଆକ୍ରମଣ ନ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି।

- Advertisement -

ଇରାନ ସୈନ୍ୟମାନେ ହର୍ମୋଜ୍‌ ପ୍ରଣାଳୀରେ ଇସ୍ରାଏଲ ଜାହାଜକୁ ଅଟକାଇବା ସହ ନିଜ ଜଳରାଶିକୁ ନେଇଯାଇଛି। ଯଦିଓ ଉକ୍ତ ଜାହାଜରେ ପର୍ତ୍ତୁଗାଲର ପତାକା ଖଞ୍ଜାଯାଇଛି, ତଥାପି ଏହା ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଥିବା ଇସ୍ରାଏଲ କମ୍ପାନୀ ଦ୍ବାରା ପରିଚାଳିତ ବୋଲି କୁହାଯାଇଛି। ଏହି ଜାହାଜରେ ମୋଟ ୨୫ ନାବିକ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଭାରତୀୟ। ଏହି ନାବିକଙ୍କୁ ତୁରନ୍ତ ଖଲାସ କରିବାକୁ ଭାରତ ପକ୍ଷରୁ ଇରାନକୁ ଅନୁରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଅଧିକାରୀମାନେ ନୂଆଦିଲ୍ଲୀସ୍ଥ ଇରାନ ଦୁତାବାସ ସହ ଆଲୋଚନା ଆରମ୍ଭ କରିଛନ୍ତି। ଅପରପକ୍ଷରେ ଏହି ଜାହାଜକୁ ଖଲାସ ନକଲେ ଚରମ ପରିଣତି ଭୋଗିବାକୁ ପଡିବ ବୋଲି ଇସ୍ରାଏଲ ପକ୍ଷରୁ ଇରାନକୁ ଧମକ ଦିଆଯାଇଛି। ପଣ୍ୟବାହୀ ଜାହାଜକୁ ଅଟକାଇ ଇରାନ ଯୁଦ୍ଧ ପାଇଁ ଉସୁକାଉଛି ବୋଲି ଇସ୍ରାଏଲର ପ୍ରତିରକ୍ଷା ବିଭାଗ ମୁଖପାତ୍ର ଡାନିଏଲ ହାଗାରୀ କହିଛନ୍ତି। ଇରାନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗ୍ରନ ସକ୍ରିୟ ଥିବାବେଳେ ସରକାରୀ ପ୍ରୋତ୍ସାହନ ପାଇ ଏହି ସଂଗଠନ ସମଗ୍ର ମଧ୍ୟପ୍ରାଚ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରୁଛି ବୋଲି ହାଗାରୀ ଅଭିଯୋଗ କରିଛନ୍ତି। ଇରାନର ଅଧିକାରୀମାନେ ହେଲିକପ୍ଟରରୁ ଉକ୍ତ ଜାହାଜରେ ଅବତରଣ କରୁଥିବାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ଦୁଇ ସପ୍ତାହ ପୂର୍ବେ ଇସ୍ରାଏଲ ପକ୍ଷରୁ ସିରିୟା ରାଜଧାନୀ ଦାମାସ୍କସ୍‌ରେ ଥିବା ଇରାନ ଦୂତାବାସ ଉପରେ ଆକାଶମାର୍ଗରୁ ବୋମାମାଡ କରାଯିବା ଫଳରେ ଇରାନର ଦୁଇଜଣ ଜେନେରାଲଙ୍କ ସମେତ ମୋଟ ୭ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ଘଟଣାକୁ ଇରାନ ଗୁରୁତ୍ବର ସହ ଗ୍ରହଣ କରି ଇସ୍ରାଏଲ ଉପରେ ଆକ୍ରମଣ କରିବ ବୋଲି ଘୋଷଣା କରିସାରିଛି। ହେଜବୋଲ୍ଲା ଆତଙ୍କବାଦୀମାନେ ଇରାନ ବ୍ୟତୀତ ୟେମେନ, ସିରିୟା, ଲେବାନନ ଓ ଇରାକରେ ସକ୍ରିୟ ରହିଛନ୍ତି। ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ ଓ ହମାସ୍‌ (ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ) ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହା ଥମିବାର ନାଁ ନେଉନାହିଁ। ଇସ୍ରାଏଲ ଆକ୍ରମଣରେ ପାଲେଷ୍ଟାଇନର ଗାଜା ଉପତ୍ୟକା ଶ୍ମଶାନ ପାଲଟିଥିବାବେଳେ ଏପର୍ଯ୍ୟନ୍ତ ୩୪ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇସାରିଲେଣି। ହେଜବୋଲ୍ଲା ସଂଗଠନ ପକ୍ଷରୁ ହମାସ୍‌କୁ ସହାୟତା ପ୍ରଦାନ କରାଯାଉଥିବାରୁ ଇସ୍ରାଏଲ ଇତିମଧ୍ୟରେ ଲେବାନନ ଓ ସିରିୟା ଉପରେ ମଧ୍ୟ ଆକ୍ରମଣ କରିବାକୁ କୁଣ୍ଠାବୋଧ କରୁନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories