ଭବାନୀପାଟଣା: ସୋମବାର ସକାଳୁ କଳାହାଣ୍ଡିର ୧୦୪୨ ଟି ବୁଥରେ ମତଦାନ ଆରମ୍ଭ ହେଇଯାଇଛି। ପ୍ରାରମ୍ଭିକ ପର୍ୟ୍ୟାୟରେ କ୍ଵଚିତ କେଉଁଠି ଇଭିଏମ୍ କାମ କରିନଥିବାରୁ ଭୋଟ ଦାନ ବିଳମ୍ବ ହେଇଛି। ତେବେ ସକାଳୁ ସକାଳୁ ବୁଥ ଗୁଡ଼ିକ ଆଗରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଆଜି ଜିଲ୍ଲା ର ୧୧,୯୪,୭୫୭ ଭୋଟର ୫୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ଜିଲ୍ଲାର ଲାଞ୍ଜିଗଡ ନିର୍ବାଚନମଣ୍ଡଳୀରେ ଅପରାହ୍ନ ୪ ଟା ଯାଏଁ ଏବଂ ଜୁନାଗଡ଼, ଭବାନିପାଟଣା, ଧର୍ମଗଡ ଏବଂ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୫ ଟା ଯାଏଁ ମତଦାନ ଗ୍ରହଣ କରାଯିବାକୁ ସମୟ ଧାର୍ୟ୍ୟ ହୋଇଛିି। ଏହାସହିତ ମତଦାନ ପାଇଁ ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।



