www.samajalive.in
Monday, December 8, 2025
14.1 C
Bhubaneswar

ଅରୁଣାଚଳ ପ୍ରଦେଶରେ ଆଗରେ ବିଜେପି, ସିକିମରେ ଶାସକ କ୍ରାନ୍ତିକାରୀ ମୋର୍ଚ୍ଚା

ଡେସ୍କ: ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ସୁରୁଖୁରୁରେ ଚାଲିଛି। ଫଳାଫଳ ଆସିବା ଆରମ୍ଭ ହୋଇଛି। ଅରୁଣାଚଳ ପ୍ରଦେଶରେ ବିଜେପି ବିପୁଳ ବିଜୟ ଆଡ଼କୁ ଗତି କରୁଛି। ସିକ୍କିମରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ବିଜୟ ଆଡ଼କୁ ଗତି କରୁଛି।

ଅରୁଣାଚଳର ୧୫ଟି ଆସନର ଫଳାଫଳ ମିଳିଛି। ୧୩ଟି ଆସନ ବିଜେପି ସପକ୍ଷରେ ଯାଇଛି। ଚାଙ୍ଗଲାଙ୍ଗ ଦକ୍ଷିଣ ଆସନରେ ହେମଜୋଙ୍ଗ ଟାଙ୍ଗା ନ୍ୟାସନାଲ ପିପୁଲ୍ସ ପାର୍ଟିର ଟିମପୁନ ନଗେମୁଙ୍କୁ ପରାସ୍ତ କରିଛନ୍ତି। ବୋର୍ଡୁରିଆ ବୋଗାପାଣି ଆସନରେ ୱାଙ୍ଗଲିନ ଲଙ୍ଗଡୋଙ୍ଗ ଏନସିପି ପ୍ରାର୍ଥୀ ଜୋୱାଙ୍ଗ ହୋସାଇଙ୍କୁ ପରାସ୍ତ କରିଛନ୍ତି। ଗୋଟିଏ ଆସନ ନ୍ୟାସନାଲ ପିପୁଲ୍ସ ପାର୍ଟିକୁ ଯାଇଥିବା ବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜେପି ୧୦ଟି ଆସନରେ ବିଜୟୀ ହୋଇଥିଲା।

- Advertisement -

୫୦ରୁ ୩୩ଟି ଆସନ ପାଇଁ ଟ୍ରେଣ୍ଡ ମିଳିଛି। ବିଜେପି ୨୩ଟି ଆସନରେ ଆଗୁଆ ରହିଛି। ନ୍ୟାସନାଲ ପିପୁଲ୍ସ ପାର୍ଟି ୪ଟି ଆସନରେ ଆଗୁଆ ରହିଛି। ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ୨ଟି ଆସନରେ ଆଗୁଆ ରହିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି – ଏନସିପି ୩ଟି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ସିକ୍କିମରେ ୧୧ଟି ଆସନର ଫଳାଫଳ ମିଳିଛି, ଯାହା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ସପକ୍ଷରେ ଯାଇଛି। ରାଜ୍ୟରେ ୩୨ଟି ଆସନ ପାଇଁ ମତଦାନ ହୋଇଥିଲା। ଏ ପର୍ଯ୍ୟନ୍ତ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ୨୦ଟି ଆସନରେ ଆଗୁଆ ରହିଥିବା ବେଳେ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ ଗୋଟିଏ ଆସନରେ ଆଗୁଆ ରହିଛି। ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ଆଜି ଶେଷ ହେଉଛି। ଉତ୍ତର-ପୂର୍ବର ଦୁଇ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏପ୍ରିଲ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories