www.samajalive.in
Saturday, December 6, 2025
19.1 C
Bhubaneswar

ଲିଖିତ ପ୍ରତିଶୃତି ପରେ ଭୋଟ ବାକ୍ସ ଫେରାଇଲେ ଡଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମାଠାରେ ୧୪ ନମ୍ବର ବୁଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଡଙ୍ଗରିଆ କନ୍ଧମାନେ ନେଇଯାଇଥିବା ଭୋଟ ବାକ୍ସକୁ ଫେରାଇ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଭୋଟ ଗଣତି ପୂର୍ବରୁ ପୁଣି ଥରେ ବୁଥରେ ମତଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ସେମାନେ ଭୋଟ ବାକ୍ସ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସରଞ୍ଜାମ ବାକ୍ସ ଫେରାଇଛନ୍ତି।

ସୂଚନାଯୋଗ୍ୟ, ୧୪ ନମ୍ବର ବୁଥରେ ରାଇଲିମା, ତଳମୁସୁଡି, ଉପର ମୁସୁଡି ଗାଁର ଡଙ୍ଗରିଆ କନ୍ଧମାନେ ଭୋଟ ଦେବାକୁ ଆସିଥିଲେ । ସେଠାରେ ରାଇଲିମା ଗାଁର ଡଙ୍ଗରିଆ ମହିଳା ପୁରୁଷ ପ୍ରାୟ ୭୯ ଜଣ ମତଦାନ ଦେଇଥିବା ବେଳେ ଦୁଇ ଗାଁର ବହୁ ଲୋକଙ୍କର ଭୋଟର ତାଲିକାରେ ନାମ ନଥିବା ଯୋଗୁଁ ଡଙ୍ଗରିଆମାନେ ରାଗି ଯାଇ ବୁଥରେ ଭଙ୍ଗା ରୁଜା କରି ଭୋଟ ବାକ୍ସ, ପ୍ରିଜାଇଡିଂ ଅଧିକାରୀଙ୍କ କାଗଜପତ୍ର ସହିତ ଭୋଟ ବାକ୍ସ ନେଇ ଯାଉଥିଲେ। ଏହି ଖବର ପୁଲିସ ଜାଣିପାରି ଭୋଟ ବାକ୍ସ ନେଇଯାଉଥିବା ଡ଼ଙ୍ଗରିଆଙ୍କୁ ଗୋଡାଇଥିଲେ। ଆମେ ଭୋଟ ଦେବାର ହକ ନାହିଁ ତ ଆମେ ଭୋଟ ବାକ୍ସ ଫେରାଇବାର ନାହିଁ । ଏହିପରି କହି ପ୍ରାୟ ୧ କିମି ବାକ୍ସ ନେଇଯାଇଥିଲେ। ଏହି ଖବର ପାଇ ଏସଡିପିଓ ଦେବଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, ଥାନା ଅଧିକାରୀ ସୁକୁମା ହଂସଦା ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନର ଭୁଲ ଯୋଗୁଁ ଆମେ ଡଙ୍ଗରିଆମାନେ ଭୋଟ ଦେବାରୁ ବଞ୍ଚିତ ହେଲୁ। ଭୋଟ ଦେବା ବ୍ୟବସ୍ଥା କଲେ ହିଁ ଆମେ ଭୋଟ ବାକ୍ସ ଫେରାଇବୁ ବୋଲି କହିଥିଲେ। ଭୋଟର ତାଲିକାରେ କ’ଣ ତ୍ରୁଟି ରହିଛି ତାହା ତଦନ୍ତ କଲେ ଜଣାପଡିବ ବୋଲି ତହସିଲଦାର ଦେବାଶିଷ କର କହିଥିଲେ। ପୁଣି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଭୋଟ ଗଣତି ପୂର୍ବରୁ ପୁଣି ଥରେ ବୁଥରେ ମତଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଭୋଟ ବାକ୍ସ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସରଞ୍ଜାମ ବାକ୍ସ ଫେରାଇଥିଲେ ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories