www.samajalive.in
Friday, December 12, 2025
27.1 C
Bhubaneswar

ଭିଏଲ ଏସଆରସାମ କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷା

ବାଲେଶ୍ୱର  : ଚାନ୍ଦିପୁର କ୍ଷେପରାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲର ପରୀକ୍ଷା କରାଯାଇଛି। ସଫଳତାର ସହ ଏଡି ମିସାଇଲର ପ୍ରଥମ ପରୀକ୍ଷଣ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କରାଯାଇଛି। ସୋମବାର ଅପରାହ୍ଣ ୧.୨୮ ମିନିଟ ଓ ୪.୪୨ ମିନିଟରେ ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଏହି ପରୀକ୍ଷା କରାଯାଇଛି। ଇଣ୍ଟିଗ୍ରେଟେଡେ ଡିଜାଇନରେ ପ୍ରସ୍ତୁତ ହୋଇଛି ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ। ଏକ ଅତ୍ୟାଧୁନିକ ବାୟୁସେନା ପ୍ରତିରକ୍ଷା ପ୍ରଣାଳୀ ଏଥିରେ ରହିଛି। ଗୋଟିଏ ଥରରେ ଏହି ମିସାଇଲ ଏକାଧିକ ସ୍ଥାନକୁ ଟାର୍ଗେଟ କରିପାରିବ। ପ୍ରାୟ ୪୦ କିଲୋ ମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।
ମିସାଇଲ ପରୀକ୍ଷଣ ପୂର୍ବରୁ ଆଇଟିଆରର ଦୁଇ କିଲୋମିଟର ପରିଧିରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories