www.samajalive.in
Saturday, December 6, 2025
19.1 C
Bhubaneswar

ଭିଭୋ ଗ୍ରାହକଙ୍କ ପାଇଁ ଖୁସି ଖବର; ଏହି ଦୁଇଟି ସ୍ମାର୍ଟଫୋନରେ ମିିଳିବ ରିଆତି

ନୂଆଦିଲ୍ଲୀ : ଭିଭୋ ଫୋନ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।ଦୀପାବଳି ପୂର୍ବରୁ ଭିଭୋ ତାର ଦୁଇଟି ସ୍ମାର୍ଟଫୋନର ମୂଲ୍ୟ ହ୍ରାସ କରିଛି । ଭିଭୋ ୱାଇ୧୧ ଏବଂ ଭିଭୋ ୱାଇ୫୦ର ମୂଲ୍ୟରେ ୫୦୦ଟଙ୍କାର ରିଆତି ଦେବା ପାଇଁ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।ରିଆତି ପରେ ଭିଭୋ ୱାଇ୧୧ର ମୂଲ୍ୟ ୯ହଜାର ୪୯୦ଟଙ୍କା ରହିଥିବାବେଳେ ୱାଇ୫୦ର ମୂଲ୍ୟ ୧୬ହଜାର ୪୯୦ ଟଙ୍କା ରହିଛି । ଏହି ଦୁଇଟି ଫୋନରେ ୫ହଜାର ଏମ୍‌ଏଚର ବଡ ବ୍ୟାଟେରୀ ଦିଆଯାଇଛି ।

କମ୍ପାନୀ ଏହି ଫୋନରେ ୬.୩୫-ଇଞ୍ଚ୍ ଏଚଡି ପ୍ଲସ୍ ୱାଟର୍ନଚ୍ ଡିସପ୍ଲେ ଦେଇଛି ।ଯାହାର ରିଜୋଲ୍ୟୁସନ୍ ୭୨୦x୧୫୪୪ ପିକ୍ସେଲ ଅଛି । ଏହା ସହିତ, ଉପଭୋକ୍ତାମାନେ ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ୍ ୪୩୯ ସଞ୍ଚାଳକ ପାଇପାରିବେ ।ଏହି ଫୋନରେ ଆଣ୍ଡ୍ରଏଡ୍ ୯ ପାଇ ଅପରେଟିଂ ସିଷ୍ଟମରେ କାମ କରିବ ।ଏଥିରେ ୩ ଜିବି ରାମ ସହ ୩୨ ଜିବି ଷ୍ଟୋରେଜ୍ ରହିଛି ।
ଭିଭୋ ୱାଇ୧୧ର କ୍ୟାମେରା
କ୍ୟାମେରା ବିଷୟରେ କହିବାକୁ ଗଲେ କମ୍ପାନୀ ଏହି ଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଦେଇଛି, ଯେଉଁଥିରେ ୧୩ ମେଗାପିକ୍ସେଲ ପ୍ରାଥମିକ ସେନସର ଏବଂ ୨ ମେଗାପିକ୍ସେଲ ସେକେଣ୍ଡାରୀ ସେନସର ରହିଛି ।ଅନ୍ୟପକ୍ଷରେ, ଉପଭୋକ୍ତାମାନେ ଏହି ଫୋନରେ ୮ ମେଗାପିକ୍ସେଲର ସାମ୍ନା କ୍ୟାମେରା ସହିତ ଏକ ଚମତ୍କାର ସେଲଫି କ୍ଲିକ୍ ପାଇପାରିବେ ।
ଭିଭୋ ୱାଇ୧୧ରେ ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍ ଭର୍ସନ୍ ୪.୦, ଜିପିଏସ୍, ମାଇକ୍ରୋ ୟୁଏସବି, ୟୁଏସବି ଓଟିଜି ଏବଂ ୩.୫ଏମଏମ୍ ହେଡଫୋନ୍ ଜ୍ୟାକ୍ ଭଳି ରହିଛି ।
ଭିଭୋ ୱାଇ ୫୦
ଭିଭୋ ୱାଇ ୫୦ରେ ୬.୫୩ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ରହିଛି ।ଯାହାର ରିଜୋଲ୍ୟୁସନ ୨୩୪୦x୧୦୮୦ ପିକ୍ସେଲ । ଆହୁରି ମଧ୍ୟ, ଏହି ସ୍ମାର୍ଟଫୋନରେ କ୍ୱାଲାକମ୍ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସରର ସମର୍ଥନ ରହିଛି ।ଏଥିରେ ୮ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ରହିଛି ।

- Advertisement -

ଭିଭୋ ୱାଇ୫୦ର କ୍ୟାମେରା
ଏହାର କ୍ୟାମେରା ବିଷୟରେ କହିବାକୁ ଗଲେ ଉପଭୋକ୍ତାମାନେ ଏହି ଫୋନରେ ୧୩ ମେଗାପିକ୍ସେଲ ପ୍ରାଥମିକ ସେନସର, ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ, ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ ୨ମେଗାପିକ୍ସେଲ ଗଭୀରତା ସେନସର ରହିଛି । ଏହା ବ୍ୟତୀତ ଫୋନର ସମ୍ମୁଖରେ ୧୬ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories