ବଜାରକୁ ଆସିବ ଏହି ଇଲେକ୍ଟ୍ରିକ୍ ଏସୟୁଭି, ଥରେ ଚାର୍ଜ କଲେ ଯିବ ୩୧୮ କି.ମି.

ନୂଆଦିଲ୍ଲୀ : ଭିନଫାଷ୍ଟ ୨୦୨୫ରେ ଭାରତୀୟ ବଜାରରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଭାରତରେ ଅନେକ ଇଲେକ୍ଟ୍ରିକ୍ ଗାଡି ଆଣିବ । ବ୍ରାଣ୍ଡ୍ ଏକ ଇଲେକ୍ଟ୍ରିକ୍ ସ୍କୁଟର, ଏକ ଇଲେକ୍ଟ୍ରିକ୍ ସାଇକେଲ ଏବଂ ଏକ ଇ-ଏସୟୁଭି ପାଇଁ ମଧ୍ୟ ଡିଜାଇନ ପେଟେଣ୍ଟ ଫାଇଲ୍ କରିଛି । ନିକଟରେ ବ୍ରାଣ୍ଡ ଗ୍ଲୋବାଲ ମଡେଲ ମଧ୍ୟରୁ ଏକ ଭିଏଫ୍ ଇ୩୪କୁ ଆମ ଭାରତୀୟ ସଡକରେ ଦେଖିବାକୁ ମିଳିଥିଲା । କମ୍ପାନୀ ଭାରତୀୟ ବଜାରରେ କେଉଁ ମଡେଲ୍ ଆଣିବ ସେନେଇ ଭିନଫାଷ୍ଟ ଏହା ଖୁଲାସା କରିନି ।

ଭିଏଫ୍ ଇ୩୪ କିଛି ଲୋକଙ୍କୁ ଆକର୍ଷିତ କରିପାରେ । ଏଥିରେ କୌଣସି ଫ୍ରଣ୍ଟ୍ ଗ୍ରିଲ୍ ନାହିଁ ଏବଂ ଏକ ପତଳା ଏଲଇଡି ଡେ ଟାଇମ୍ ରନିଂ ଲ୍ୟାମ୍ପ ଦିଆଯାଇଛି । ଏଥିରେ ଏକ ଇଲେକ୍ଟ୍ରିକ୍ ମୋଟର ରହିଛି ଯାହା ୧୪୮ ବିଏଚପିର ସର୍ବାଧିକ ପାଓ୍ବର ଏବଂ ୨୪୨ ଏନଏମର ପିକ୍ ଟର୍କ ଉତ୍ପନ କରିଥାଏ । ଏଥିରେ ୩ ଡ୍ରାଇଭିଂ ମୋଡ୍ ସାମିଲ ରହିଛି । ଏହାକୁ ଥରେ ଚାର୍ଜ କଲେ ୩୧୮ କିଲୋମିଟର ରେଞ୍ଜ ମିଳେ । ଏହାକୁ ଡିସି ଫାଷ୍ଟ ଚାର୍ଜର ବ୍ୟବହାର କରି ୨୭ ମିନିଟରେ ୧୦ ପ୍ରତିଶତରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିହେବ ।

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Comments are closed.