www.samajalive.in
Saturday, December 6, 2025
19.1 C
Bhubaneswar

୧୬କୁ ଘୁଞ୍ଚିଲା ବିନେଶଙ୍କ ମାମଲାର ଶୁଣାଣି

ପ୍ୟାରିସ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତଙ୍କ ପ୍ୟାରିସ ଅଲିମ୍ପିକ୍‌ସ ପଦକ ଆଶା ନିଷ୍ପତ୍ତି ଘୁଞ୍ଚିଘୁଞ୍ଚି ଚାଲିଛି। କାସ୍‌ ହାତରେ ପଦକ ଆଶା ଝୁଲି ରହିଛି। ଶୁଣାଣି ତାରିଖ ପରେ ତାରିଖ ଗଡି ଚାଲିଛି। ଯୁଗ୍ମ ରୌପ୍ୟ ପଦକ ନେଇ ବିନେଶ କାସ୍‌ର ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କାସ୍‌ରେ ସମାପ୍ତ ହୋଇଛି। ମାମଲାର ଚୂଡାନ୍ତ ଶୁଣାଣି ପୁନର୍ବାର ୧୬କୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଲାଗି ପ୍ୟାରିସ ଅଲିମ୍ପିକ୍‌ସର ଫାଇନାଲ ପୂର୍ବରୁ ଅଯୋଗ୍ୟ ହୋଇଥିବା ଭାରତୀୟ ମହିଳା କୁସ୍ତିବିତ୍‌ ବିନେଶ ଫୋଗାଟ୍‌ ଅନ୍ତର୍ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ କୋର୍ଟ ଅଫ ଆର୍ବିଟେସନ ଫର ସ୍ପୋର୍ଟସ (କାସ୍‌)ର ଦ୍ବାରସ୍ଥ ହୋଇଥିଲେ। ବିନେଶ ଯୁଗ୍ମ ଭାବେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ।

କାସ୍‌ ଉକ୍ତ ମାମଲାରୁ ଗ୍ରହଣ କରିବା ସହିତ ଶୁଣାଣି ମଧ୍ୟ କରିଛନ୍ତି। ହରିଶ ସାଲଭେ ଭାରତୀୟ ଅଲିମ୍ପିକ୍‌ସ ସଂଘ ପକ୍ଷରୁ ବିନେଶଙ୍କ ପାଇଁ ଲଢୁଛନ୍ତି। ଧାର୍ଯ୍ୟ ଓଜନଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ରହିଥିବାରୁ ୫୦ କିଗ୍ରା ମହିଳା ଫ୍ରିଷ୍ଟାଇଲ ବର୍ଗରେ ବିନେଶଙ୍କୁ ପ୍ୟାରିସ ଅଲିମ୍ପିକ୍‌ସ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଫଳରେ ବିନେଶ ଫାଇନାଲରେ ପହଞ୍ଚି ମଧ୍ୟ ପଦକ ଜିତିପାରିନଥିଲେ। ଉକ୍ତ ଘଟଣାକୁ ନେଇ ଭାରତୀୟ ଅଲିମ୍ପିକ୍‌ସ ସଂଘ ଅନ୍ତର୍ଜାତୀୟ ଅଲିମ୍ପି୍କ୍‌ସ ସଂଘ ନିକଟରେ ଦୃଢ ପ୍ରତିବାଦ କରିଥିଲା।

- Advertisement -

ଏ ନେଇ କାସ୍‌ରେ ଭାରତୀୟ ଅଲିମ୍ପିକ୍‌ସ ସଂଘ ଅନ୍ତର୍ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ କୋର୍ଟ ଅଫ ଆର୍ବିଟେସନ ଫର ସ୍ପୋର୍ଟସ (କାସ୍‌)ର ଦ୍ବାରସ୍ଥ ହେବା ସହିତ ବିନେଶଙ୍କୁ ରୌପ୍ୟ ପଦକ ଦେବା ନେଇ ଦାବି କରିଥିଲା। କାସ୍‌ ଆଇଓଏର ଆବେଦନକୁ ଗ୍ରହଣ କରିଥିଲେ । ବିନେଶ ପ୍ରିକ୍ବାର୍ଟରଫାଇନାଲ, କ୍ବାର୍ଟର ଓ ସେମିଫାଇନାଲ ଲଢେଇ ଜିତି ଫାଇନାଲରେ ପହଞ୍ଚିଥିଲେ। ଫାଇନାଲରେ ପହଞ୍ଚିଥିବାରୁ ଅଯୋଗ୍ୟ ଘୋଷଣା ସତ୍ତ୍ବେ ତାଙ୍କୁ ରୌପ୍ୟ ପଦକ ମିଳୁ ବୋଲି ଆଇଓଏ ପକ୍ଷରୁ କାସ୍‌ ନିକଟରେ ଦାବି କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories