www.samajalive.in
Wednesday, December 10, 2025
18.1 C
Bhubaneswar

ଭିମସାର କୋଭିଡ଼ ଡ଼ାକ୍ତରଖାନାରେ ୮ ମୃତ

ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ରହିଥିବା ବେଳେ ଅନେକ ଚିକିତ୍ସାଧିନ ଏବଂ କେତେକଙ୍କ ମୃତ୍ୟୁ ମଧ୍ୟ ଘଟି ଚାଲିଛି। ଉଭୟ ଭିମସାରର କୋଭିଡ଼ ଡ଼ାକ୍ତରଖାନାରେ ସୋମବାର ଦିନ ୮ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୪ ଜଣ ଦେବେଇପାଲିର ୬୦ ବର୍ଷିୟା ବୃଦ୍ଧା, ୪୬ ବର୍ଷିୟା ମହିଳା, କୁଚିଣ୍ଡାର ୬୫ ବର୍ଷୀୟ ବୃଦ୍ଧ ଏବଂ ଧନକଉଡ଼ାର ୪୨ ବର୍ଷୀୟ ପୁରୁଷ, ସୋନପୁରର ୨ ଜଣ ଡ଼ୁଙ୍ଗ୍ରିପାଲିର ୬୦ ବର୍ଷୀୟ ବୃଦ୍ଧ ଏବଂ ଗମାପାଲିର ୬୦ ବର୍ଷୀୟ ବୃଦ୍ଧ, ନୁଆପଡ଼ାର ୪୫ ବର୍ଷୀୟ ପୁରୁଷ ଏବଂ ବଉଦ୍ଧ ରାଜନପାଲିର ୭୫ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ୧୬ଦିନରେ ମୃତ୍ୟୁସଂଖ୍ୟା ୨୦୫ରେ ଉପନିତ। ପ୍ରଥମ କୋଭିଡ଼ ଡ଼ାକ୍ତରଖାନାର କୋଠାରେ ୧୫୦ ଜଣ ରୋଗୀ ରହିଥିବା ବେଳେ ଏବଂ ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନାରେ ସମୁଦାୟ ୫୦ରୁ ଊର୍ଦ୍ଧ୍ବ ଗୁରୁତର କରୋନା ରୋଗୀ ଚିକିତ୍ସା କରାଯାଉଛି।

ସୁଚନା ଥାଉକି, ପୁଣି ଗତ ରବିବାର ଦିନ ୧୦ଜଣ, ଶନିବାର ଦିନ ୬ଜଣ, ଶୁକ୍ରବାର ଦିନ ୧୩ଣ, ଗୁରୁବାର ଦିନ ୧୦ ଜଣ, ବୁଧବାର ଦିନ ୧୨ଜଣ, ମଙ୍ଗଳବାର ଦିନ ୯, ସୋମବାର ଦିନ ୧୨ ଜଣ, ରବିବାର ଦିନ ୧୯ଜଣ, ଶନିବାର ଦିନ ୧୧ଜଣ, ଶୁକ୍ରବାର ଦିନ ୧୮ ଜଣ, ଗୁରୁବାର ଦିନ ୧୨ଜଣ, ବୁଧବାର ଦିନ ୧୬ ଜଣ, ମଙ୍ଗଳବାର ୧୩ ଜଣ, ସୋମବାର ଦିନ ୨୨ ଜଣ, ରବିବାର ଦିନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନା ଗତ ୨୦୨୦ ଅକ୍ଟୋବର ମାସରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ଭିମସାରର ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନା ଆରମ୍ଭ ହୋଇଛି। ଆଜି ସୁଦ୍ଧା ଉଭୟ କୋଭିଡ଼ ଡ଼ାକ୍ତରଖାନାରେ ସମୁଦାୟ ୬୯୫ରେ ବୁର୍ଲା ଭିମସାର କୋଭିଡ଼ ମୃତ୍ୟୁସଂଖ୍ୟା ପହଞ୍ଚିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories