www.samajalive.in
Friday, December 12, 2025
23.1 C
Bhubaneswar

କାନପୁରରେ ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ

-ଚୌବେପୁର ପୋଲିସ ଥାନା ଅଞ୍ଚଳରେ ବିକାଶ ଦୁବେଙ୍କୁ ଧରିବା ପାଇଁ ପୁଲିସ ଦଳ ଯାଇଥିଲେ

-ଆଠ ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି

-ସହିଦ ପୁଲିସଙ୍କ ମଧ୍ୟରେ ସିଓ ବିହ୍ଲୋର ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର   ଏଏସଓ ମହେଶ ଯାଦବ ଅଛନ୍ତି

-ଆହତମାନଙ୍କୁ ରେଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଘଟଣାସ୍ଥଳର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର କାନପୁର ଅନ୍ତର୍ଗତ ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୁଲିସ ଟିମ୍ ସହ ଗୁଳିବିନିମୟ ହୋଇଥିଲା। ଅପରାଧୀମାନେ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସହିଦ ପୁଲିସଙ୍କ ମଧ୍ୟରେ ସିଓ ବିହ୍ଲୋର ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର  ଏଏସଓ ମହେଶ ଯାଦବ ଅଛନ୍ତି। ଆହତମାନଙ୍କୁ ରେଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଘଟଣାସ୍ଥଳର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି

ଏଡିଜି ଜୟ ନାରାୟଣ ସିଂହ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ଏଥିରେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସୂଚନାରଯୋଗ୍ୟ ଯେ, ବିକାଶ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ଯାଇଥିବା ପୁଲିସ ଦଳ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୧୨ଟା ବେଳେ ବିଠୁର ଏବଂ ଚୌବେପୁର ପୁଲିସ ମିଳିତ ଭାବେ ବିକାଶ ଦୁବେର ଗାଁ ବିକାରୁରେ ତାଙ୍କ ଘରେ ଚଢାଉ କରିଥିଲେ। ବିଠୁର ଏଏସଓ  କୌଶଲେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ବିକାଶ ଏବଂ ତାଙ୍କର ୮ରୁ ୧୦ ଜଣ ସାଥୀ ପୁଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘର ଭିତରେ ଏବଂ ଛାତରେ ଗୁଳି ଦାଗ ଦେଖିବାକୁ ମିଳିଛି।

- Advertisement -

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories