www.samajalive.in
Saturday, December 6, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ବନବିଭାଗ କିରାଣୀ

ବଲାଙ୍ଗୀର : ବଲାଙ୍ଗୀର ଡିଏଫଓ କାର୍ଯ୍ୟାଳୟର କିରାଣୀ କାଲିନ୍ଦୀ ଚରଣ ଭୂୟାଁ ଶୁକ୍ରବାର ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡ଼ିଛି। ଗଛ କାଟିବା ପାଇଁ କିଛି ଚାଷୀ ଅନୁମତି ମାଗିଥିବା ବେଳେ କିରାଣୀ ଶ୍ରୀ ଭୂୟାଁ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବଲଙ୍ଗୀର ସଦର ଥାନା ଅନ୍ତର୍ଗତ କହ୍ନେଇମୁଣ୍ଡା ଗାଁର ହାଡୁ ପଧାନ, ରାଜେନ୍ଦ୍ର ପଧାନ, ପର୍ଶୁ ପଧାନ, ଭୋଇପାଲି ଗାଁର ଗୋପାଳ ପାତ୍ର, ଗଣେଶ୍ୱର ପଧାନ ଓ କାର୍ତ୍ତିକ ପାତ୍ର ଚାକୁଣ୍ଡା ଗଛ କାଟିବା ପାଇଁ ବନ ବିଭାଗ କାର୍ଯ୍ୟାଳୟରେ ଅନୁମତି ପାଇଁ ଆବେଦନ କରିଥିଲେ। ଚାଷବାଷ କାର୍ଯ୍ୟରେ ସେମାନେ ବ୍ୟସ୍ତ ଥିବାରୁ ମାଧିଆପାଲି ଗାଁର ପର୍ଶୁରାମ ବେହେରାଙ୍କୁ ଏହି ଅନୁମତି ଆବେଦନ ସଂକ୍ରାନ୍ତିୟ କାର୍ଯ୍ୟରେ ନିୟୋଜିତ କରିଥିଲେ। ତେବେ ଏହି ଅନୁମତି ପାଇଁ ଡିଏଫଓ କାର୍ଯ୍ୟାଳୟର ସଂପୃକ୍ତ ସେକ୍ସନରେ କାର୍ଯ୍ୟରତ କିରାଣୀ କାଳିନ୍ଦୀ ଚରଣ ଭୂୟାଁ ୧୫ ହଜାର ଟଙ୍କ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ଏନେଇ ଅନୁରୋଧ ସତ୍ୱେ ବିନା ଲାଞ୍ଚ ଟଙ୍କାରେ ଅନୁମତି ମିଳିବ ନାହିଁ ବୋଲି ସେ ଧମକ ଦେଉଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି। ଫଳରେ ଏନେଇ ପର୍ଶୁରାମ ବେହେରା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅନୁମତି ପୂର୍ବରୁ ୧୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ସଂପୃକ୍ତ କିରାଣୀଙ୍କ ସହ କଥାବାର୍ତ୍ତା କରିଥିଲେ। ଶୁକ୍ରବାର ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଶ୍ରୀ ବେହେରା ଭିଜିଲାନ୍ସ ଦ୍ୱାରା ଦିଆଯାଇଥିବା ରସାୟନ ବୋଲା ୫୦୦ ଟଙ୍କିଆ ନୋଟ ୨୦ଟି ନେଇ ଶ୍ରୀ ଭୂୟାଁଙ୍କୁ ଦେଇଥିଲେ। ଟଙ୍କା ଦେଇସାରିବା ପରେ ପୂର୍ବରୁ କାର୍ଯ୍ୟାଳୟ ସମ୍ମୁଖରେ ଜଗି ବସିଥିବା ସମ୍ବଲପୁର ଓ ବଲାଙ୍ଗୀର ଭିଜିଲାନ୍ସର ଏକ ମିଳିତ ଟିମ୍ ଶ୍ରୀ ଭୂୟାଁଙ୍କ କାର୍ଯ୍ୟାଳୟରେ ଚଢାଉ କରି ଉକ୍ତ ୧୦ ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ତେବେ ଉକ୍ତ ଟଙ୍କା ନେବା ପାଇଁ ସେ ମନା କରୁଥିବା ସତ୍ୱେ ତାଙ୍କୁ ଜୋରଜବରଦସ୍ତ ଦିଆଯାଇଥିବା କିରାଣୀ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିଲା। ଅଭିଯୁକ୍ତ କିରାଣୀଙ୍କ ପାଖରୁ ସବୁତକ ଟଙ୍କା ମିଲିଥିବା ବେଳେ ତାଙ୍କ ଦୁଇ ହାତରେ ଟଙ୍କାରେ ଦିଆଯାଇଥିବା ରସାୟନ ଲାଗିଥିବାରୁ ସେ ଏହି ଟଙ୍କା ଗଣି ନିଜ ପକେଟରେ ରଖିଥିଲେ ଅର୍ଥାତ ସେ ନିଜେ ଏହି ଟଙ୍କା ଦାବି କରିଥିବା ସ୍ପଷ୍ଟ ହୋଇଥିବା କହିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଏସପି ଦୀଲିପ କର। କାର୍ଯ୍ୟାଳୟ ସହିତ ଶ୍ରୀ ଭୂୟାଁଙ୍କ ସାଲେପାଲି ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଘର କାଗଜାତ ସହ ସମସ୍ତ ବ୍ୟାଙ୍କ ପାସବୁକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ। ଏହି ଚଢାଉ ସମୟରେ ସମ୍ବଲପୁର ଭିଜିଲାନ୍ସ ଟିମରେ ଏସଆଇ ବିଜୟ ପଧାନଙ୍କ ସମେତ ବଲାଙ୍ଗିର ଭିଜିଲାନ୍ସର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଶ୍ରୀ ଭୂୟାଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories