BJD Bijuli 480×75 Mob

ଭିଜିଲାନ୍ସ ଜାଲରେ ବିଜୁଳି ବିଭାଗ କିରାଣୀ

BJD Bijuli 480×75 Mob

କଳାହାଣ୍ଡି : କଳାହାଣ୍ଡି ଜିଲା ବିଜୁଳି ବିଭାଗ ​‌ୱେସ୍କୋ​‌ର ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଜିତ କୁମାର ମିଶ୍ରଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ବିଜୁଳି ଉପଭୋକ୍ତା ସରୋଜ କୁମାର ପାଢୀଙ୍କଠାର ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିଜୁଳି ଉପଭୋକ୍ତା ଗୋପୀନାଥପୁରର ଶାନ୍ତନୁ ପାଢ଼ୀଙ୍କ ବକେୟା ବିଲ୍‌ ୩୦ହଜାର ଟଙ୍କା ଥିବା ବେଳେ ତାକୁ ୧୦ହଜାର ଟଙ୍କା କରିଦେବାକୁ ଅଜିତ ତାଙ୍କୁ ଲାଞ୍ଚ ମାଗିଥିଲେ। ତାଙ୍କ ପୁଅ ସରୋଜ ପାଢ଼ୀ ସେହି ଲାଞ୍ଚ ଟଙ୍କା ଆଜି ଅଜିତଙ୍କୁ ବିଭାଗୀୟ ଅଫିସ ମଧ୍ୟରେ ଦେଉଥିବା ବେଳେ ଭିଜିଲାନ୍ସ ଅଜିତଙ୍କୁ ଗିରଫ କରିଛି। ଡିଏସପି ସତ୍ୟବାନ ମହାନନ୍ଦ ଓ ଟିମ୍‌ ଅଜିତଙ୍କୁ ଅଧିକ ତଦନ୍ତ ପାଇଁ ହେପାଜତକୁ ନେଇଛନ୍ତି।

Comments are closed.