www.samajalive.in
Tuesday, December 9, 2025
15.1 C
Bhubaneswar

ଚାଷଜମିକୁ ପାଣି ଯୋଗାଣ ଦାବିରେ ରାସ୍ତା ଅବରୋଧ କଲେ ଚାଷୀ

କଳାହାଣ୍ଡି : ଚାଷଜମିକୁ ପାଣି ଯୋଗାଣ ଦାବିରେ ଜୁନାଗଡ଼ ଠାରେ ଗୁରୁବାର ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ସୂଚନା ମୁତାବକ, ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଞ୍ଚାୟତରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମିକୁ କେନାଲରୁ ଜଳ ଯୋଗାଣରେ ବ୍ୟାହତ ହେଉଥିବା ଦେଖାଯାଇଛି। ଛୋଟିଆଗଡ ଠାରୁ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲର ଗତିପଥକୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ତଳ ମୁଣ୍ଡରେ ଥିବା ଆଟିଗାଁ ଓ ତଲମଲା ପଞ୍ଚାୟତ ଚାଷଜମିକୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ। ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ବେଳେ ଚାଷୀ ପ୍ରତିବର୍ଷ ଜଳକର ଖଜଣା ଭରି ଆର୍ଥିକ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏଣୁ ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଛା ଗାଁ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ ସଭାପତି ଯଶୋବନ୍ତ ପ୍ରଧାନୀ, ତଲମଲା ସରପଞ୍ଚ ଦୁଶିଳା ମାଝୀ, ଆଟିଗାଁ ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଗୁରୁବାର ଜୁନାଗଡ଼ ହାତୀନଦୀ ଉପରେ ସକାଳ ୮ରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories