www.samajalive.in
Tuesday, December 9, 2025
15.1 C
Bhubaneswar

ବଣାଇଁ ଆଇଟିଡିଏଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ବଣାଇ : ଆଜି ସକାଳୁ ବଣାଇ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶୀ ସାହୁ,(ଓଡିଶା ମଙ୍ଗଳ ସେବା) ଙ୍କ ବଣାଇଁ ସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ଵର, ବାଲେଶ୍ଵର, ଯାଜପୁର, ଅଞ୍ଚଳର ସାତଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଚାଲିଛି । ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ତଦନ୍ତ ଚାଲିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ଆୟ ବର୍ହିଭୁତ ସମ୍ପତ୍ତି  ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଣେ ଅତିରିକ୍ତ ଏସ୍.ପି, ୩ ଜଣ ଡିଏସପିଙ୍କ ନେତୃତ୍ୱରେ ଏକକାଳୀନ ସମସ୍ତ ସ୍ଥାନରେ ଘର ତଲାସି କରାଯାଉଛି। ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସୁନ୍ଦରଗଡ଼ଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଏବଂ ବଣାଇଁ ସମେତ ୭ଟି ସ୍ଥାନରେ ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ଦ୍ଵାରା ଚଢାଉ ଜାରି ରହିଛି ।

ଯଦିଓ ଭିଜିଲାନ୍ସ ବିଭାଗ ସ୍ପଷ୍ଟ ଭାବେ କିଛି ସୂଚନା ଦେଇନାହିଁ କିନ୍ତୁ ପ୍ରାଥମିକ ତଦନ୍ତରୁ ଆୟ ବହିର୍ଭୂତ ସମ୍ପତ୍ତିର ବିରାଟ ତାଲିକା ଓ କିଛି ନଗଦ ଅର୍ଥ ସହ ସୁନା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଥିବା ଜଣା ପଡିଛି । ପ୍ରକଳ୍ପ ପ୍ରଶାସକ ଭାବେ ବିଶ୍ଵଦର୍ଶୀ ସାହୁ ବିଗତ ୨୦୨୨ ମସିହା ମାର୍ଚ୍ଚ ମାସରୁ ବଣାଇଁରେ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ପ୍ରକଳ୍ପ ପ୍ରଶାସକ ଭାବେ ଅବସ୍ଥାପିତ ଅଛନ୍ତି । ତାଙ୍କ ସମ୍ୟକ ପ୍ରତିକ୍ରିୟାରେ ସେ ନିର୍ଦୋଷ ଓ ତାଙ୍କର କୋଡ଼ିଏ ବର୍ଷ ଚାକିରି ସହିତ ପରିବାରରେ ଅନେକ ଚାକିରିଆ ଥିବା ଓ ବ୍ୟବସାୟୀ ଥିବା ଉପରେ ଟିପ୍ପଣୀ ଦେଇ ଖସିବାକୁ ଚେଷ୍ଟା କରୁଛନ୍ତି । ଅପରପକ୍ଷେ ସମ୍ପୂର୍ଣ୍ଣ ତଥ୍ଯ ହାସଲ ପରେ ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରଣ୍ଟ ଜାରି କରିଥିବାରୁ ଏକପ୍ରକାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ବାସ୍ତବତା ସମୁର୍ଣ୍ଣ ତଦନ୍ତ ପରେ ଜଣାପଡିବ ବୋଲି ବୁଦ୍ଧିଜିବୀ ମତ ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories