www.samajalive.in
Sunday, December 7, 2025
23.1 C
Bhubaneswar

ଭିଜିଲାନ୍ସ ଜାଲରେ ଦେଓଗାଁ ଅତିରିକ୍ତ ତହସିଲଦାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ଦେଓଗାଁ ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ଲାଞ୍ଚ ନେବା ସମୟରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଦେଓଗାଁର ଏକ ବାଲିକ୍ୱାରୀ ଟେଣ୍ଡର ନେଇଥିବା ବୀରେନ ଦଳେଇଙ୍କ ଠାରୁ ଅନୁମତି ସମ୍ବନ୍ଧୀୟ ଫର୍ମ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ରାଜେନ୍ଦ୍ରଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଏକ ବାଲିକ୍ୱାରୀରୁ ବାଲି ଉଠାଣ ପାଇଁ ବୀରେନ ଦଳେଇ ନାମକ ଜଣେ ଯୁବକ ଟେଣ୍ଡର ପାଇଥିଲେ। ଏହି ଟେଣ୍ଡର ସମ୍ପର୍କୀତ ୱାଇ ଫର୍ମ ପାଇଁ ସଂପୃକ୍ତ ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀ ତାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବୀରେନ ପୂର୍ବରୁ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ସଂପୃକ୍ତ ଅତିରିକ୍ତ ତହସିଲଦାର ବୀରେନଙ୍କ ପାଖରୁ ଆଗୁଆ ପାଞ୍ଚ ହଜାର ଟଙ୍କା ନେଇଥିବା ମଧ୍ୟ ସୂଚନା ମିଳିଛି। ବାକି ୨୦ ହଜାର ଟଙ୍କା ଦେବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଫଳରେ ଶୁକ୍ରବାର ଉକ୍ତ ୨୦ହଜାର ଲାଞ୍ଚ ଟଙ୍କା ବୀରେନ ଅତିରିକ୍ତ ତହସିଲଦାରଙ୍କୁ ତାଙ୍କ ଅଫିସରେ ଦେଇଥିଲେ। ଏହି ସମୟରେ ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଟିମ୍‍ ପହଞ୍ଚି ରାଜେନ୍ଦ୍ରଙ୍କଠାରୁ ଉକ୍ତ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ରାଜେନ୍ଦ୍ରଙ୍କ କାର୍ଯ୍ୟାଳୟ, ବଲାଙ୍ଗୀର ସ୍ଥିତ ତାଙ୍କ ଭଡାଘର, ରାୟଗଡା ସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories