ଭୁବନେଶ୍ୱର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି। ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ ସେ କହିଛନ୍ତି, ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ବପ୍ନ ଦେଖିଥିଲେ, ସ୍ବଚ୍ଛ ସେବା ଦେବେ ବୋଲି କହୁଥିଲେ। କିନ୍ତୁ ତାହା କମ ପ୍ରତିଫଳିତ ହେଉଛି। ଆଇଏଏସ୍ ଓ ଓଏଏସ୍ ପରୀକ୍ଷାରେ ରାଙ୍କ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ। ଦୁର୍ନୀତି କରି ଜେଲ ଯିବାର ଖବର ସେହି ଖବରକାଗଜରେ ଆସୁଛି। କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକି ଦେଉଛନ୍ତି। ଏହାଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି । ତେଣୁ ଏଭଳି ଅଧିକାରୀଙ୍କୁ ସାବଧାନ କରିଦିଅନ୍ତୁ, ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି। ପୂର୍ବ ସରକାର କେରାଣ୍ଡି ମଉରାଳୀକୁ ଧରି ବାଳିଆ ରୋହିକୁ ଛାଡି ଦେଉଥିଲେ। କିନ୍ତୁ ଆମ ସରକାର ଭିଜିଲାନ୍ସକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି। ୧୬ ମାସରେ ଆଇଏଏସ୍ଠୁ ଆରମ୍ଭ କରି ୭ ମୁଖ୍ୟ ଯନ୍ତ୍ରୀ ଧରାପଡିଛନ୍ତି। ୫ ତହସିଲଦାର, ୪ ବିଡିଓ , ୧୦ ପୁଲିସ୍ ଅଧିକାରୀ , ଏବଂ ଜଣେ ଡିଏଫଓ ଧରାପଡିଛନ୍ତି।
Popular Categories



