www.samajalive.in
Wednesday, November 12, 2025
27.1 C
Bhubaneswar

୧୩ ଲକ୍ଷ ଟଙ୍କା ଆତ୍ମସାତ୍ : ପୂର୍ବତନ ସମ୍ପାଦକ ଗିରଫ

ଭୁବନେଶ୍ଵର : ୧୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ମଙ୍ଗଳବାର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ବାମନବିନ୍ଧା ସର୍ଭିସ୍ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ଭିଜିଲାନ୍ସ ବିଭାଗ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଗିରଫ କରିଛି।

ସୁଦର୍ଶନ ବିଭିନ୍ନ ଖାତାରେ ରେକର୍ଡ ପରିବର୍ତ୍ତନ କରି ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ବିନା ଅନୁମତିରେ ସଦସ୍ୟ ମାନଙ୍କ ସଞ୍ଚୟ ଖାତାରୁ ଟଙ୍କା ଉଠାଇବା, ଦୈନିକ ଖାତାରେ ଜମା ରାଶି କମ୍ ଦେଖାଇବା , ମଣ୍ଡି ଶ୍ରମିକଙ୍କ ଖର୍ଚ୍ଚକୁ ସରକାରୀ ନିୟମ ଠାରୁ ଅଧିକ ଦରରେ ଦେଖାଇବା ଭଳି ଅଭିଯୋଗ ରହିଥିଲା। ମଙ୍ଗଳବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।

Hot this week

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

Related Articles

Popular Categories