www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରାଣୀଧନ ଡାକ୍ତର- ନିରୀକ୍ଷକ ଟଣା ଓଟରାର ସମାଧାନ

ଭବାନୀପାଟଣା : ବିଭିନ୍ନ ଦାବି ନେଇ ଗତ ୧୮ ତାରିଖରୁ ପ୍ରାଣୀଧନ ଚିକିତ୍ସକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଜିଲ୍ଲାରେ ଗୋରୁ ଗାଈଙ୍କ ଚିକିତ୍ସାର ବିକଳ୍ପ ପାଇଁ ପ୍ରାଣୀଧନ ନିରୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ଏଣୁ ଡାକ୍ତରଙ୍କ ଆନ୍ଦୋଳନ ସତ୍ତ୍ୱେ ପ୍ରାଣୀଧନ ନିରୀକ୍ଷକମାନଙ୍କ ଉଦ୍ୟମ ଯୋଗୁଁ ଜିଲାରେ ଅଦ୍ୟାବଧି ପ୍ରାଣୀଧନଙ୍କ ଚିକିତ୍ସାରେ ସେଭଳି ଗୁରୁତର ସମସ୍ୟା ସୃଷ୍ଟି ହେଇନି। ତେବେ ସରକାରୀ ନିଷ୍ପତ୍ତିକୁ ମାନି କାର୍ଯ୍ୟକରୁଥିବାବେଳେ ସ୍ଥଳ ବିଶେଷରେ ପ୍ରାଣୀଧନ ନିରୀକ୍ଷକଙ୍କୁ ଚିକିତ୍ସକଙ୍କ ନାଲି ଆଖିର ଶିକାର ହେଉଥିବା ଅଭିଯୋଗ ହେଉଛି ।

ପ୍ରାଣୀଧନ ନିରୀକ୍ଷକଙ୍କୁ ଅଣ କୁଶଳୀ, “ଘା’” ସୁଖାଇ ପାରୁନଥିବା କର୍ମଚାରୀ ବୋଲି କିଛି ଡାକ୍ତର ଅପମାନ ସୂଚକ ଶବ୍ଦ କହୁଥିବା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏହା ପ୍ରାଣୀଧନ ନିରୀକ୍ଷକଙ୍କୁ ହେୟଜ୍ଞାନ କରାଯାଉଥିବା ସେମାନେ ଅଭିଯୋଗ କରୁଛନ୍ତି। ତେବେ ଗତକାଲି ସ୍ଥାନୀୟ ଜଣେ ଡାକ୍ତର, ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ଧମକ ଦେଇଥିବା ଅଭିଯୋଗ ହେଇଛି। ଅଭିଯୋଗ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଏସଡିଭିଓ ଡଃ ପ୍ରଭାତ କୁମାର ପରିଡ଼ା  ସ୍ଥାନୀୟ ପ୍ରାଣୀଧନ ନିରୀକ୍ଷକ ମୋହିତ କୁମାର ପଟ୍ଟନାୟକଙ୍କୁ ଧମକ ଦେଇଥିବା ଅଭିଯୋଗ ହେଇଛି।

- Advertisement -

ଗତକାଲି ସନ୍ଧ୍ୟାରେ ସିଡିଭିଓ ଡଃ ରଜନୀକାନ୍ତ ରଥଙ୍କ ସହିତ ସରକାରୀ କାର୍ଯ୍ୟ କରୁଥିବାବେଳେ ଡଃ ପରିଡ଼ା , ଶ୍ରୀ ପଟ୍ଟନାୟକଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ଅଫିସ ପରିସରରେ ” ଆସିକାରୁ ଗୁଣ୍ଡା ଆଣି ମାରିଦେବେ ” ବୋଲି ପଟ୍ଟନାୟକଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଆଜି ଅଲ ଓଡ଼ିଶା ନନଗେଜେଟେଡ଼ ଭେଟେନାରି ଟେକ୍ନିକାଲ ଅଫିସର ଆସୋସିଏସନ ପକ୍ଷରୁ ସିଡିଭିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଘଟଣାର ଗୁରୁତ୍ବ ଅନୁଭବ କରି ଜିଲ୍ଲା ଅମଲା ସଂଘ ବରିଷ୍ଠ ଉପଦେଷ୍ଟା ରୂପ କେଶରୀ ଦଳେଇଙ୍କ ନେତୃତ୍ୱରେ ବିଭିନ୍ନ ସଂଘର କର୍ମକର୍ତ୍ତା ସିଡିଭିଓଙ୍କ କାର୍ଯ୍ୟାଳୟରେ ଜରୁରୀ ବୈଠକ ବସିଥିଲା । ଶେଷରେ ଅନ୍ୟ ଉପାୟ ନପାଇ ଡାକ୍ତର ଜଣକ ଭୁଲ ମାନିବା ସହ ଉଭୟ ପକ୍ଷ ମଧ୍ୟରେ ସମାଧାନ କରାଯାଇଥିଲା। ତେବେ ଆଗକୁ କୌଣସି ଡାକ୍ତର , ପ୍ରାଣୀଧନ ନିରୀକ୍ଷକଙ୍କୁ ଅପମାନିତ ନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories