www.samajalive.in
Monday, December 8, 2025
16.1 C
Bhubaneswar

ଅଳିଆ ବୁହା ଗାଡିରେ ନିଆଗଲା ଭେଣ୍ଟିଲେଟର

ସୁରଟ: କୋଭିଡ-୧୯ର ଦ୍ୱିତୀୟ ତରଙ୍ଗକୁ ନେଇ ସାରା ଦେଶବ୍ୟାପୀ ଭୀତତ୍ରସ୍ତ ଅବସ୍ଥାରେ ରହିଥିବାବେଳେ ଗୁରୁତର ଅସୁସ୍ଥ ଲୋକଙ୍କ ଜୀବନ ରକ୍ଷାପାଇଁ ଉଦ୍ଦିଷ୍ଟ ଭେଣ୍ଟିଲେଟର ଶେଷକୁ ଅଳିଆ ବୁହା ଗାଡିରେ ବୁହାହେଲା। ଏହାଦ୍ୱାରା କୋଭିଡ ସଂକ୍ରମଣକୁ ରୋକାଯାଇ ଲୋକଙ୍କ ଜୀବନ ରକ୍ଷା କରାଯିବ, ନା ଏହା ସେମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିବ, ତାହା ଏବେ ପ୍ରଶ୍ନବାଚୀ ପାଲଟିଛି।

ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ସୁରଟ ସହରରେ। ସମଗ୍ର ଦେଶ ସମେତ ଗୁଜରାଟରେ ମଧ୍ୟ ଏବେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି। ସୋମବାର ଦିନ ରାଜ୍ୟରେ ୩ହଜାରରୁ ଅଧିକ ନୂଆ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ପରିସ୍ଥିତିର ମୁକାବିଲା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଚଳାଇଥିବାବେଳେ ସୁରଟସ୍ଥିତ ହସପିଟାଲରେ ଭେଣ୍ଟିଲେଟର ଅଭାବ ରହିଛି। ଏହାକୁ ଲକ୍ଷ୍ୟକରି ଗୁଜରାଟ ସରକାର ଭଲ୍‍ସାଡରୁ ସୁରଟକୁ ୩୪ଟି ଭେଣ୍ଟିଲେଟର ତୁରନ୍ତ ଆଣିବାକୁ ଆଦେଶ ଦେଇଥିଲେ। ଏହି ଆଦେଶ ପାଇବାପରେ ସୁରଟ ମହାନଗର ନିଗମ କର୍ତ୍ତୃପକ୍ଷ ଭଲ୍‍ସାଡରୁ ଭେଣ୍ଟିଲେଟରଗୁଡିକୁ ଆଣିବା ପାଇଁ ଏକ ଅଳିଆ ବୁହା ଟ୍ରକ ପଠାଇଥିଲେ। ଅଳିଆ ବୁହାଯାଉଥିବା ଟ୍ରକ ଡାଲାରେ ଭେଣ୍ଟିଲେଟରଗୁଡିକୁ ବୋଝେଇ କରି ଅଣାଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ଭଲ୍‍ସାଡ ଜିଲାପାଳ ଆର ଆର ରାୱଲ କହିଛନ୍ତି, ଏଭଳି ଏକ ଖବର ତାଙ୍କ ନିକଟରେ ପହଞ୍ଚିଛି ଏବଂ ସେ ଏହାର ତଦନ୍ତାଦେଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories