www.samajalive.in
Sunday, December 7, 2025
13.1 C
Bhubaneswar

ବାସ୍ତୁ ଅନୁଯାୟୀ ଦର୍ପଣର ସଠିକ୍‍ ସ୍ଥାନ

ଦର୍ପଣ ସମସ୍ତଙ୍କ ଘରର ଏକ ମୁଖ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଅଟେ। ପ୍ରତିଦିନ ଆମେ ନିଜର ମୁହଁକୁ ଏଥିରେ ଦେଖୁ। ମୁହଁର ସୁନ୍ଦରତାକୁ ଜଣାଇବା କେବଳ ଏହାର କାର୍ଯ୍ୟ ନୁହେଁ। ଏହା ଆମର ଭାଗ୍ୟ ଏବଂ ସ୍ୱାସ୍ଥ୍ୟ ସହ ଜଡ଼ିତ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି ଏହା ଗୃହରେ ଭୁଲ ସ୍ଥାନରେ ଥାଏ ତେବେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଦର୍ପଣ ସହ ଜଡ଼ିତ ବାସ୍ତୁ ଟିପସ୍‍ ବିଷୟରେ ଜାଣନ୍ତୁ।
ଦର୍ପଣକୁ ଘରର ଉତ୍ତର , ଉତ୍ତର – ପୂର୍ବ ଦିଗରେ ରଖିବା ଅତ୍ୟନ୍ତ ଶୁଭ ଅଟେ। ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ।


ବାସ୍ତୁ ଅନୁଯାୟୀ ଆଇନାର ଆକାର ଗୋଲ ଆକୃତି ହେବା ଉଚିତ ନୁହେଁ।

- Advertisement -


ଆୟତକାର ଏବଂ ବର୍ଗାକାର ଆକୃତିର ଦର୍ପଣ ଶୁଭ ଅଟେ।

ଶୋଇବା ଘରେ ଆଇନା ରଖିବା ଅଶୁଭ ବୋଲି କୁହାଯାଏ।
ଏହା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସର୍ବଦା ଅଭାବ ଦେଖାଯାଏ।
ଯଦି ଶୋଇବା ଘରେ ଦର୍ପଣ ଥାଏ, ତେବେ ତାହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି ଖଟର ଛବି ସେଥିରେ ନଦେଖାଯାଏ।
ନିଦରୁ ଉଠି ଆଇନା ଦେଖିବା ମଧ୍ୟ ଉଚିତ ନୁହେଁ।
ଗୃହରେ କେବେ ମଧ୍ୟ ଭଙ୍ଗା ଆଇନା ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା କଳହ ସୃଷ୍ଟି ହେଇଥାଏ।
ଏଥିରେ ମୁହଁ ଦେଖିବା ଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ରହେ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories