www.samajalive.in
Monday, December 8, 2025
13.1 C
Bhubaneswar

ହୋଲି ପାଇଁ କିଛି ବାସ୍ତୁ ଉପାୟ .. ଆପଣାଇଲେ ହେବେ ଲାଭବାନ୍‌‌

ଫାଲଗୁଣ ମାସ ପୂର୍ଣ୍ଣିମାରେ ହୋଲିର ପର୍ବ ସାରା ଦେଶରେ ଧୁମଧାମରେ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂର କରିଥାଆନ୍ତି। ଏହାସହ ରଙ୍ଗ ଲଗାଇ ଏହାର ପାଳନ କରିଥାଆନ୍ତି। ଶାସ୍ତ୍ର ଅନୁଯାୟୀ, ହୋଲିଦିନ ଭଗବାନ ବିଷ୍ଣୁ,ଶ୍ରୀକୃଷ୍ଣ, ରାଧା ରାଣୀ, ମା’ଲକ୍ଷ୍ମୀ ଆଦି ଦେବା ଦେବୀଙ୍କୁ ବିଧି ସହ ପୂଜା କରି ଥାଆନ୍ତି। ଏହାସହ ପ୍ରଭୁଙ୍କୁ ରଙ୍ଗ ଅର୍ପଣ କରନ୍ତୁ। ଏହାଦ୍ୱାରା ପ୍ରଭୁ ପ୍ରସନ୍ନ ହେବା ସହ ବର୍ଷସାରା ଏହାର ଶୁଭଫଳ ମିଳିଥାଏ। ଚଳିତ ବର୍ଷ ମାର୍ଚ୍ଚ ୭ରେ ହୋଲିକା ଦହନ ଓ ୮ ମାର୍ଚ୍ଚରେ ହୋଲି ପାଳନ କରାଯିବ। ଜାଣନ୍ତୁ ହୋଲି ଦିନ କିଛି ବାସ୍ତୁ ଉପାୟ ଆପଣାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ..

ବାସ୍ତୁ ଅନୁଯାୟୀ, ଘରର ପ୍ରବେଶ ଦ୍ୱାର, ଅଗଣାରେ ରଙ୍ଗାଲି ପକାନ୍ତୁ। ଏହି ରଙ୍ଗୋଲି ପ୍ରସ୍ତୁତ କରିବା ପାଇଁ ଲାଲ, ହଳଦିଆ, ସବୁଜ, ଗୋଲାପି ଆଦି ରଙ୍ଗର ବ୍ୟବହାର କରନ୍ତୁ। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।

- Advertisement -

ବାସ୍ତୁ ଦୋଷ ଦୂର ପାଇଁ ସକରାତ୍ମକ ଶକ୍ତି ପ୍ରବେଶ ପାଇଁ ଘରର ବଗିଚାରେ କିମ୍ବା ଅନ୍ୟ ସ୍ଥାନରେ ଗଛ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ପ୍ରବେଶ କରିଥାଏ।

ହୋଲି ଦିନ ଭଗବାନ ଗଣେଶଙ୍କୁ ବିଧି ବିଧାନ ସହ ପୂଜା କରି ରଙ୍ଗ ଅର୍ପଣ କରନ୍ତୁ। ଏହାସହ ମିଠା ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ।

ବ୍ୟବସାୟରେ ଉନ୍ନତି ଓ ଧନ ଲାଭ ପାଇଁ କାର୍ଯ୍ୟାଳୟ କିମ୍ବା ଘରର ପୂର୍ବ ଦିଗରେ ଉଦୟ ହେଉଥିବା ସୂର୍ଯ୍ୟଦେବତାଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ।

ଘରର ଛାତରେ କିମ୍ବା ଯେଉଁ ସ୍ଥାନରେ ଭଗବାନଙ୍କ ଧ୍ୱଜା ଲଗାଇଛନ୍ତି, ହୋଲି ଦିନ ଏହାକୁ ବଦଳାନ୍ତୁ। ଏହି ଦିନ ଛାତରେ ନୂଆ ଧ୍ୱଜା ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories