ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ମୋବାଇଲ୍ ଲୁଟେରା। ବସ୍ରେ ଚଢିବା ସମୟରେ ହେଉଛି ମୋବାଇଲ୍ ଲୁଟ୍। ଗୁରୁବାର ଭୁବନେଶ୍ୱର ରସୁଲଗଡ ଛକରେ ଦୈନିକ ଖବର କାଗଜ ‘ସମାଜ’ର ଡିଜିଟାଲ ଓ୍ବିଙ୍ଗ୍ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସତ୍ୟବ୍ରତ ବେହୁରାଙ୍କ ମୋବାଇଲ୍ ଲୁଟ୍ ହୋଇଛି। ବସ୍ରେ ଚଢୁଥିବା ସମୟରେ ସକାଳ ୮ଟା ୩୩ ମିନିଟ୍ରେ କେହି ଜଣେ ଲୁଟେରା ସୁଯୋଗ ଦେଖି ମୋବାଇଲ୍ ଲୁଟ କରିଛି। ଏନେଇ ସାମ୍ବାଦିକ ସତ୍ୟବ୍ରତ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି। ସତ୍ୟବ୍ରତଙ୍କ ସାମ୍ସଙ୍ଗ ଫୋନ୍ଟି ଲୁଟ୍ ହୋଇଛି। ଏହି ଫୋନ୍ରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିଲା। ତେବେ ରାଜଧାନୀରେ ବସ୍ରେ ଅଧିକାଂଶ ସମୟରେ ମୋବାଇଲ୍ ଲୁଟ୍ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। ତେଣୁ ଏଥିପ୍ରତି ଧ୍ୟାନ ଦେଇ ଲୁଟେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି। ମୋବାଇଲ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ନିତାନ୍ତ ଆବଶ୍ୟକ ହେବା ସହ ଅନେକ ତଥ୍ୟ ଏଥିରେ ରହିଥାଏ। ଲୁଟ୍ ହେବା କାରଣରୁ ସଭିଏଁ ଏଥିପାଇଁ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି।
Popular Categories



