www.samajalive.in
Saturday, December 6, 2025
19.1 C
Bhubaneswar

ବାସ୍ତୁ : ଘରେ କଲରା ଗଛ ଥିଲେ ହେବ କି କି ସମସ୍ୟା..

ସାଧାରଣତଃ ଅଧିକାଂଶ ଲୋକେ ନିଜ ଘର ବଗିଚାରେ, ଛାତରେ ପରିବା ଗଛ ଲଗାଇଥିବା ନିଶ୍ଚୟ ଦେଖିଥିବେ। ଏଥିରେ ବାହାରେ ଚାଷ ହେଉଥିବା ପନିପରିବା ଭଳି ହାନୀକାରକ ସାରର ପ୍ରୟୋଗ କରାଯାଇନଥାଏ। ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କେତେକ ପରିବା ଗଛ ରହିଛି, ଯାହାକୁ ଘରେ ଲଗାଇବା ଉଚିତ୍‌‌ ନୁହେଁ। ସେଭଳି ପରିବା ମଧ୍ୟରୁ ଗୋଟିଏ ହେଉଛି କଲରା। ଅନେକ ଔଷଧୀୟ ଗୁଣରେ ଭରପୁର କଲରା ଗଛକୁ ଘରେ ଲଗାଇବା ଅଶୁଭ ବୋଲି କୁହାଯାଏ। ଜାଣନ୍ତୁ ଏହାଦ୍ୱାରା କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, କଲରାଗଛ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଫଳରେ ଏହାର ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡିଥାଏ।
ବାସ୍ତୁ ଅନୁଯାୟୀ, ଘରେ କଲରା ଗଛ ଲଗାଇବା ଉଚିତ ନୁହେଁ। ମାତ୍ର ଏହାକୁ ଘର ଠାରୁ ଦୂରରେ ଲଗାଇପାରିବେ। ଧ୍ୟାନ ଦେବେ ଘରର ନିକଟରେ ଦକ୍ଷିଣ ଦିଗରେ ଲଗାଇବେ ନାହିଁ। ନଚେତ୍‌‌ ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ।
ବାସ୍ତୁ ଅନୁଯାୟୀ, ଘର ବଗିଚାରେ କଲରା ଗଛ ଲଗାଇଲେ ଆର୍ଥିକ ସମସ୍ୟା ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। କରଜ ଲାଗି ରହିଥାଏ। ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ।
କଲରା ଗଛ ଥିଲେ ଘରର ସଦସ୍ୟଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବା ସହ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ମାନସମ୍ମାନର ମଧ୍ୟ ହାନୀ ହୋଇଥାଏ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories