www.samajalive.in
Saturday, December 6, 2025
26.1 C
Bhubaneswar

ବାସ୍ତୁ ; ଏହି ଛୋଟ ଭୁଲ୍‍ ପାଇଁ ଦେଖାଦିଏ ସମସ୍ୟା

ସଭିଏଁ ନିଜ ଜୀବନରେ ହସଖୁସି ଭରି ରହୁ ବୋଲି ଇଚ୍ଛା କରନ୍ତି। ମାତ୍ର ଅନେକ ସମୟରେ ହଠାତ୍‍ ହସଖୁସିର ବାତାବରଣ ମଧ୍ୟରେ ଚିନ୍ତାର ପରିବେଶ ଦେଖାଦେଇଥାଏ। ଏହାସହ ପରିବାର ସଦସ୍ୟଙ୍କ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସହ କଳହ ହୋଇଥାଏ। ତେଣୁ ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ସହଜ ଉପାୟ ଆପଣାଇବା ଦ୍ୱାରା ଏଭଳି ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ…
ବାସ୍ତୁ ଅନୁଯାୟୀ, ଯେଉଁ ପାତ୍ରରେ କ୍ଷୀର ରଖିଛନ୍ତି ଗୋଟିଏ କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ। କଦାପି କ୍ଷୀରକୁ ଖୋଲା ରଖନ୍ତୁ ନାହିଁ। କ୍ଷୀରକୁ ଖୋଲା ରଖୁଥିଲେ,ଘରେ ତଥା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଓ ଅଶାନ୍ତି ବୃଦ୍ଧି ପାଇଥାଏ। ମାନସିକ ଦୁୁଶ୍ଚିନ୍ତା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।
ଘରର ଛାତ ଉପରେ କଦାପି ଖାଲି ମାଠିଆ,ପୁରୁଣା ଜିନିଷ, ଖରାପ ହୋଇ ଯାଇଥିବା ଜିନିଷ ଆଦି ରଖନ୍ତୁ ନାହିଁ। ବିଶେଷ କରି ଶୟନ କକ୍ଷରେ ମଧ୍ୟ କୌଣସି ଅଦରକାରୀ ଜିନିଷ ଆଦୌ ରଖନ୍ତୁ ନାହିଁ। ଏହାସହ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ଉପରକୁ ଲାଲ ରୁମାଲ ରଖନ୍ତୁ। ଏହାଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ। ଘରକୁ ସର୍ବଦା ଅନ୍ଧକାର ରଖନ୍ତୁ ନାହିଁ। ଅନ୍ଧାର ରଖିଲେ ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ।
ଘରର ମୁଖ୍ୟଦ୍ୱାର ସାମ୍ନାରେ ଭୁଲରେ ମଧ୍ୟ କଣ୍ଟାଜାତୟ ଗଛ ରଖନ୍ତୁ ନାହିଁ। ଏହାବ୍ୟତୀତ ଘରର ସାମ୍ନାରେ ଅସନା ଅପରିଷ୍କାର ଜମା ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରେ ଆର୍ଥିକ ଅଭାବ ସହ ଜୀବନରେ ସମସ୍ୟା ଲାଗି ରହିଥାଏ। ଘରର ମୁଖ୍ୟ ଦ୍ୱାର ଶୁଭଲାଭ ପ୍ରତୀକ ଚିହ୍ନ, ଓଁ, ପ୍ରଭୁ ଗଣେଶ ଆଦି ରଖନ୍ତୁ। ଏହାଦ୍ୱାରା ଘରେ ଖୁସିର ବାତାବରଣ ସହ ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନରେ ଖୁସି ଭରିଯାଏ।
ରୋଷେଇ ଘରକୁ କଦାପି ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦିଏ। ଗାଈ ଓ କାଉଙ୍କୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଧନର ଅଭାବ ହୋଇନଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories