www.samajalive.in
Saturday, December 6, 2025
16.1 C
Bhubaneswar

ଏହି ୬ଟି ବସ୍ତୁ ଜୀବନରେ ପ୍ରେମ ସମ୍ପର୍କ କରେ ସୁଦୃଢ !

ଆଜି ହେଉଛି ଭାଲେଣ୍ଟାଇନ୍ସ ଡେ । ଏହି ଅବସରରେ ଆମେ ୬ଟି ବସ୍ତୁ ବିଷୟରେ କଥା ହେବା ଯାହା ଦ୍ବାରା ଆପଣଙ୍କ ଜୀବନର ପ୍ରତିଟି ଦିନ ପ୍ରେମ ଦିବସ ଭଳି ଅନୁଭବ ହେବ । ଏହି ୬ଟି ବସ୍ତୁ ଦ୍ବାରା ଜୀବନରେ ପ୍ରେମ ଦୁଇ ଗୁଣିତ ହେବ । ତେବେ ଆସନ୍ତୁ ସେହି ୬ଟି ବସ୍ତୁ ବିଷୟରେ ଜାଣିବା ।

ଗୋଲାପି ରଙ୍ଗ: ଗୋଲାପି ରଙ୍ଗ ସର୍ବଦା ପ୍ରେମର ପ୍ରତୀକ ବୋଲି ଭାବେ ଜଣାଯାଏ । ଏହି ରଙ୍ଗ ଯେତେ ଅଧିକ ଗାଢ ହେବ ଜୀବନରେ ପ୍ରେମ ମଧ୍ୟ ସେତିକି ନିକଟତର ହେବ । ସୁଦୃଢ ପ୍ରେମ ସମ୍ପର୍କ ପାଇଁ ଜୀବନରେ ଅଧିକ ଗୋଲାପି ରଙ୍ଗର ବ୍ୟବହାର କରନ୍ତୁ । ପ୍ରେମ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ଆପଣଙ୍କ ସାଥୀଙ୍କୁ ଗୋଲାପି ରଙ୍ଗର ଉପହାର ଦିଅନ୍ତୁ ।

- Advertisement -

ହଳଦୀ : ହଳଦୀର ସମ୍ପର୍କ ବୃହସ୍ପତି ଗ୍ରହ ସହ ରହିଛି । ଜାତକରେ ବୃହସ୍ପତିର ସ୍ଥିତି ଠିକ ନଥିଲେ ବିବାହରେ ବାଧା ଓ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ୭ଟି ଖଣ୍ଡ ହଳଦୀକୁ ନେଇ ହଳଦିଆ ସୂତାରେ ବାନ୍ଧି ଦିଅନ୍ତୁ । ବିଷ୍ଣୁ ମନ୍ଦିରରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ୭ ଥର ଜପ କରି ଭଗବାନଙ୍କ ନିଟରେ ଅର୍ପଣ କରନ୍ତୁ । ଏହା ଦ୍ବାରା ଦାମ୍ପତ୍ୟ ଜୀବନରେ ସୁଖମୟ ହେବା ସହ ସଚ୍ଚା ପ୍ରେମ ମିଳିଥାଏ ।

ବହୁମୂଲ୍ୟ ପଥର: କୁହାଯାଏ ପ୍ରେମ ସନ୍ଥ ଭାଲେଣ୍ଟାଇନ୍ ହାଲକା ବାଇଗଣୀ ରଙ୍ଗର ସ୍ବଚ୍ଛ ପଥର ଧାରଣ କରିଥିଲେ । ବାସ୍ତୁବିଦ୍ ଙ୍କ ବିନା ପରାମର୍ଶରେ ଏହି ପଥର ଧାରଣ କରିବା ଅନୁଚିତ୍ କିନ୍ତୁ ଏହାକୁ ଆପଣ ନିଜ ପାଖରେ ରଖିପାରିବେ । ଏହି ପଥରରେ ନିର୍ମିତ କୌଣସି ଜିନିଷ ଉପହାର ଦେଇପାରିବେ ଏବଂ ନିଜ ଶୟନ କକ୍ଷରେ ମଧ୍ୟ ରଖି ପାରିବେ । ଏହା ଦ୍ବାରା ପ୍ରେମ ସମ୍ପର୍କ ସୁଦୃଢ ରହିଥାଏ ।

ଲିଚି: ଲିଚି ହେଉଛି ଏପରି ଏକ ଫଳ ଯାହା ଶୁକ୍ର ଓ ଚନ୍ଦ୍ର ଗ୍ରହ ସହ ଜଡିତ । ଯଦି ଆପଣଙ୍କ ଜୀବନରେ ପ୍ରେମ କମ ଥାଏ ତେବେ ଆପଣ ଏହି ଫଳକୁ ଖାଇବା ଉଚିତ୍ ।

ରଜନୀଗନ୍ଧ : ଏହା ଏକ ସୁଗନ୍ଧିତ ଫୁଲ । ଏହାକୁ ଆପଣ ଉପାହାର ଦେଇ ପାରିବେ । ଗୋଲାପ ସହ ରଜନୀଗନ୍ଧା ଫୁଲ ଉପହାର ଦେଲେ ପ୍ରେମରେ ମଧୁରତା ଆସିଥାଏ ।

ଗୋଲାପ ଫୁଲ: ପ୍ରେମ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଗୋଲାପ ଫୁଲ ପରସ୍ପରକୁ ଉପହାର ଦେବା ଦ୍ବାରା ଭଲ ପାଇବା ବୃଦ୍ଧି ହୋଇଥାଏ । ଯଦି ଆପଣ ପ୍ରେମ ସମ୍ପର୍କରେ ବାରମ୍ବାର ଅସଫଳ ହେଉଛନ୍ତି ତେବେ ଶୁକ୍ରବାର ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ । ପ୍ରେମରେ ସଫଳତା ମିଳିବ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories