www.samajalive.in
Sunday, December 7, 2025
26.1 C
Bhubaneswar

ବେଗୁନିଆରେ ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟିକାକରଣ

ବେଗୁନିଆ : ବେଗୁନିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟିକାକରଣ ଆରମ୍ଭ ହୋଇଛି । ବେଗୁନିଆ ବ୍ଲକ ଅଧିନସ୍ଥ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ଃ ଦେବାଶିଷ ଆଚାର୍ୟ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରବାସିନୀ ପଣ୍ଡାଙ୍କ ପରିଚାଳନାରେ ବ୍ଲକ ଅଧିନସ୍ଥ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ମାଗଣା ଟିକାକରଣ ବେଗୁନିଆ, କଣ୍ଟାବାଡ଼, ବୋତଳମା ଏବଂ ଡାଳତୋଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହୋଇଛି । ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକା ମାଗଣାରେ ଉପଲବ୍ଧ ହେଉଛି । ପ୍ରଥମ ଦିନରେ ବେଗୁନିଆ ଏବଂ ବୋତଳମା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦ ଜଣ ଲେଖାଏଁ, କଣ୍ଟାବାଡ଼ରେ ୨୧୭ ଜଣ ଏବଂ ଡାଳତୋଳାରେ ୧୭୦ ଜଣ ୧୮ ରୁ ୪୪ ବର୍ଷ ବୟସ ନାଗରିକଙ୍କୁ ଟିକାକରଣ କରାଯାଇଥିବାବେଳେ ଏହି ୪ ଟି କେନ୍ଦ୍ରରେ ୪୫ରୁ ଊର୍ଦ୍ଧ୍ବ ୧୧୭ ଜଣ ଏବଂ ୬୦ରୁ ଊର୍ଦ୍ଧ୍ବ ୭୨ ଜଣଙ୍କୁ ପ୍ରଥମ ପର୍ୟ୍ୟାୟ ଟୀକାକରଣ କରାଯାଇଛି । ୬୦ ବର୍ଷରୁ ଉର୍ଧ୍ଵ ୮୩ ଜଣଙ୍କୁ ଦ୍ୱିତୀୟ ପର୍ୟ୍ୟାୟ ଟିକା ପ୍ରଦାନ କରାଯାଇଛି ବୋଲି ଦାୟିତ୍ୱରେ ଥିବା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ପଣ୍ଡାଙ୍କଠାରୁ ଜଣାପଡିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories