ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପ ସ୍ଥାପନ କରିବ ଆଭାଡା ଗ୍ରୁପ୍‌

 

ପ୍ରକଳ୍ପ ପାଇଁ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ ଓ ଆଭାଡା ଗ୍ରୁପ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର,: ଓଡ଼ିଶାର ଗଂଜାମ ଜିଲ୍ଲାସ୍ଥିତ ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଓ ସମନି୍ୱତ ଶକ୍ତି ସଂସ୍ଥା ଆଭାଡା ଗ୍ରୁପ୍‌ ର ଗ୍ରିନ୍‌ ହାଇଡ୍ରୋଜେନ୍‌ ଶାଖା – ଆଭାଡା ଗ୍ରିନ୍‌ଏଚ୍‌୨ ପ୍ରାଇଭେଟ୍‌ ଲିମିଟେଡ୍‌ (ଆଭାଡା ଗ୍ରୁପ୍‌) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି ।

ଏହି ବୁଝାମଣା ଅଧୀନରେ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ର ଗୋପାଳପୁର ଶିଳ୍ପ ପାର୍କରେ ଆଭାଡା ଗ୍ରୁପ୍‌ ୧୨୦ ଏକର ଜମି ଅଧିଗ୍ରହଣ କରି ୦.୫ ଏମ୍‌ଟିପିଏର ଏକ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ତାହାର ଡେରିଭେଟିଭ୍‌ ୟୁନିଟ୍‌ ସ୍ଥାପନ କରିବ ।

ଓଡ଼ିଶା ଶିଳ୍ପ ଭିତିଭୂମି ବିକାଶ ନିଗମ (ଇଡ୍‌କୋ) ଓ ଓଡ଼ିଶା ଶିଳ୍ପ ପ୍ରସାର ଓ ନିବେଶ ନିଗମ ଲିମିଟେଡ୍‌ (ଇପିକଲ୍‌)ର ଅଧ୍ୟକ୍ଷ ଓ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଆଇଏଏସ୍‌ ଶ୍ରୀ ହେମନ୍ତ ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍‌ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଓ ଆଭାଡା ଗ୍ରୁପ୍‌ର ସଭାପତି ପ୍ରଶାନ୍ତ ଚୌବେ ବୁଝାମଣାପତ୍ର (ଏମ୍‌ଓୟୁ)ରେ ସ୍ୱାକ୍ଷର କରିଛନ୍ତି ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ଓଡ଼ିଶା ଶିଳ୍ପ ଭିତିଭୂମି ବିକାଶ ନିଗମ (ଇଡ୍‌କୋ) ଓ ଓଡ଼ିଶା ଶିଳ୍ପ ପ୍ରସାର ଓ ନିବେଶ ନିଗମ ଲିମିଟେଡ୍‌ (ଇପିକଲ୍‌)ର ଅଧ୍ୟକ୍ଷ ଆଇଏଏସ୍‌ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ, “ସବୁଜ ଇନ୍ଧନ କ୍ଷେତ୍ର ପାଇଁ ଓଡ଼ିଶାର ରୋଡ୍‌ମ୍ୟାପ୍‌ ଉଭୟ ବ୍ୟାପକ ଓ ମହତ୍ୱକାଂକ୍ଷୀ । ଆମ ସହଯୋଗିତା ବ୍ୟବସ୍ଥାରେ ଆଭାଡା ଗ୍ରୁପ୍‌ର ଯୋଗଦାନ ହେଉଛି ଆମ ରଣନୀତିର ସଠି଼଼଼଼କ ପ୍ରମାଣ । ଓଡ଼ିଶା ପରିବାରକୁ ଆମେ ଆଭାଡାକୁ ସ୍ୱାଗତ କରୁଛୁ ଏବଂ ମିଳିତ ଭାବେ ନୂଆ ମାଇଲଖୁଂଟ ହାସଲ କରିବାକୁ ଚାହିଁବସିଛୁ ।’’

ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍‌ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆ କହିଛନ୍ତି ଯେ, “ଇପିକଲ୍‌ରେ ଆମେ ରୂପାନ୍ତରୀତ ବ୍ୟବସାୟ ପାଇଁ ସୁବିଧାସୁଯୋଗ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ଆମକୁ ଦୀର୍ଘସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବ । ଆମର ଦୀର୍ଘସ୍ଥାୟୀ ଭବିଷ୍ୟତ ଲକ୍ଷ୍ୟ ଅନୁସାରେ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ ଓ ଆଭାଡା ଗ୍ରୁପ୍‌ ମଧ୍ୟରେ ଏହି ସହଯୋଗିତା ନୂତନ ନିବେଶ ପ୍ରତି ଆମ ଅତୁଟ ସହଯୋଗିତାକୁ ଦର୍ଶାଉଛି । ଆମେ ଆଗକୁ ବଢ଼ୁଥିବା ବେଳେ ଏଭଳି ସହଯୋଗିତା ଏକ ଅଧିକ ସମୃଦ୍ଧ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ଆଡ଼କୁ ଆମ ପଥକୁ ଆଲୋକିତ କରିବ ।’’

ଏହି କାରଖାନାରୁ ଉତ୍ପାଦିତ ହେବାକୁ ଥିବା ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆକୁ ଗୋପାଳପୁର ବନ୍ଦର ଜରିଆରେ ଦୁନିଆର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବ । ଗୋପାଳପୁର ଶିଳ୍ପ ପାର୍କ ଓ ଗୋପାଳପୁର ବନ୍ଦର ମଧ୍ୟରେ ୟୁଟିଲିଟି କରିଡର ସହଜ ଲଜିଷ୍ଟିକ୍‌ ଓ ପାଇପ୍‌ଲାଇନ୍‌ ସଂଯୋଗ ପାଇଁ ଏକ ଉତ୍ସର୍ଗୀକୃତ କରିଡର ପ୍ରଦାନ କରିବ ।

ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ କହିଛନ୍ତି ଯେ, “ଏହି ଗ୍ରିନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପ ପାଇଁ ଆଭାଡା ଗ୍ରୁପ୍‌ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ଆମେ ଆନନ୍ଦିତ । ଗ୍ରିନ୍‌ ହାଇଡ୍ରୋଜେନ୍‌ / ଆମୋନିଆ ଉତ୍ପାଦନ କ୍ଷେତ୍ରରେ ଏହା ଆମ ପାଇଁ ଦ୍ୱିତୀୟ ନିବେଶ । କାରଖାନା ସ୍ଥାପନ କରିବା ଲାଗି ଅନୁକୂଳ ପରିବେଶ ପ୍ରଦାନ କରୁଥିବାରୁ ଆମ ଶିଳ୍ପ ପାର୍କ ନିବେଶକମାନଙ୍କୁ ଆକୃଷ୍ଟ କରି ପାରିଛି । ପୁଞ୍ଜିନିବେଶ କ୍ଷେତ୍ରରେ ପ୍ରଗତିଶୀଳ ନୀତି ପାଇଁ ଏହି ଅବସରରେ ଆମେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଉଛୁ ।”
“ଶିଳ୍ପ ପାର୍କକୁ ଅଧିକ ନିବେଶକ ଆଣିବାକୁ ଆମେ ଚାହିଁରହିଛୁ ଯାହା ଏହି ଅଂଚଳର ଶିଳ୍ପ ବିକାଶରେ ଯୋଗଦାନ କରିବ ବୋଲି ସେ କହିଛନ୍ତି ।”

ଆଭାଡା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ବିନୀତ ମିତଲ କହିଛନ୍ତି ଯେ, “ଆଜି ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ ସହିତ ଏମ୍‌ଓୟୁ ସ୍ୱାକ୍ଷର ବିଷୟରେ ଘୋଷଣା କରି ଆମେ ଆନନ୍ଦିତ । ଏହା ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍‌ ଆମୋନିଆ ପ୍ରକଳ୍ପକୁ ସାକାର କରିବା ଦିଗରେ ଆମ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଦୀର୍ଘସ୍ଥାୟୀ ଶକ୍ତି ଆଡ଼କୁ ବିଶ୍ୱ ଅଗ୍ରସର ହେବା ପାଇଁ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆ ଏକ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ । ବିଶ୍ୱର ଏକ ଅଗ୍ରଣୀ ଗ୍ରିନ୍‌ ହାଇଡ୍ରୋଜେନ୍‌ ଉତ୍ପାଦନ ହବ୍‌ରେ ପରିଣତ ହେବାକୁ ଭାରତ ରଖିଥିବା ଅଭିଳାଷ ପ୍ରତି ଯୋଗଦାନ କରିବାକୁ ଆଭାଡା ପ୍ରତିବଦ୍ଧ ରହିଛି ।’’

“ଅତୁଟ ସମର୍ଥନ ପାଇଁ ଆମେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛୁ କାରଣ ଏହା ଆମକୁ ଏକ ସବୁଜ ଓ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ଆଡ଼କୁ ବଡ଼ ପଦକ୍ଷେପ ନେବାରେ ସଶକ୍ତ କରିଛି ।

ଗୋପାଳପୁର ଶିଳ୍ପ ପାର୍କରେ ୨୭,୦୦୦ କୋଟି ଟଙ୍କା ନିବେଶରେ ଏକ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଆମୋନିଆ ପ୍ରକଳ୍ପ ସ୍ଥାପନ ଲାଗି ୨୦୨୩ ଅଗଷ୍ଟ ୨୫ରେ ଏସିଏମ୍‌ଇ କ୍ଲିନ୍‌ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ ପକ୍ଷରୁ ଏକ ବୁଝାମଣା ସ୍ୱାକ୍ଷର କରାଯାଇଥିଲା । ଏସିଏମ୍‌ଇ ପକ୍ଷରୁ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ର ଗୋପାଳପୁର ଶିଳ୍ପ ପାର୍କରେ ୩୪୩ ଏକର ଜମି ଅଧିଗ୍ରହଣ କରାଯିବ ଏବଂ ଏକ ୧.୩ ଏମ୍‌ଟିପିଏର ଗ୍ରିନ୍‌ ଆମୋନିଆ ଉତ୍ପାଦନ କାରଖାନା ସ୍ଥାପନ କରାଯିବ ।

Comments are closed.