ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ନେଇ ଏୟାର ଷ୍ଟ୍ରାଇକକୁ ନେଇ ରାଜନୀତି ଥମୁନାହିଁ। ସବୁ ରାଜନୈତିକ ଦଳ ଏଥିରୁ ଫାଇଦା ନେବାକୁ ଉଦ୍ୟମ ଚଳାଇଛନ୍ତି। ଏହା ମଧ୍ୟରେ ବିରୋଧୀମାନେ ଏୟାର ଷ୍ଟ୍ରାଇକ ଉପରେ ଅଶାଳୀନ ମନ୍ତବ୍ୟ ଦେବା ସହ ପ୍ରମାଣ ମାଗୁଛନ୍ତି। ସେହି ବିରୋଧୀମାନଙ୍କୁ ଜବାବ ଦେବାକୁ ଯାଇ କେନ୍ଦ୍ର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି.କେ. ସିଂହ କଟାକ୍ଷ କରି ଏକ ଟୁଇଟ୍ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ‘ରାତି ସାଢ଼େ ୩ଟାରେ ବହୁତ ମଶା ହେଲେ। ମୁଁ ସେମାନଙ୍କୁ ମାରିଲି। ଏହା ପରେ ମୁଁ ଆରାମରେ ଶୋଇବି ନା କେତେ ମଶା ମାରିଲି ବସି ଗଣିବି’ ?
ଏହା ସହ ସେ ବିରୋଧୀଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ଆଗକୁ ଯଦି ଭାରତ କେବେ ଏପରି ପଦକ୍ଷେପ ନେବ, ତା’ହେଲେ ବିରୋଧୀ ନେତାମାନଙ୍କୁ ବାୟୁସେନା ବିମାନରେ ବୋମା ସହିତ ଛାଡ଼ି ଦିଆଯିବ। ସେମାନେ ବୋମା ବିସ୍ଫୋରଣ ହେବା ପରେ କେତେ ଆତଙ୍କବାଦୀ ମଲେ ତାହାକୁ ଗଣି ଆସିବେ। ଯଦି ବିରୋଧୀମାନେ ଚାହିଁବେ ତା’ହେଲେ ମୃତଦେହ ଗଣିବାରେ ଏହା ଗୋଟିଏ ଉପାୟ ହେବ।



