www.samajalive.in
Tuesday, December 9, 2025
23.1 C
Bhubaneswar

ଅଯୋଧ୍ୟା ମାମଲା : ଏକ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟରେ ବୁଧବାର ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଛି କିନ୍ତୁ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
ତେବେ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟାର ୨.୭୭ ଏକର ଜମିକୁ ସୁନ୍ନି ୱାକଫ ବୋର୍ଡ, ନିର୍ମୋହୀ ଆଖଡା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମ କୋର୍ଟରେ ଏହା ପୂର୍ବରୁ ୨୯ ଅକ୍ଟୋବରରେ ମାମଲାର ଶୁଣାଣି ହୋଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସେତେବେଳେ ମାମଲାର ଶୁଣାଣି କରିଥିଲେ।
କେବେ କ’ଣ ହୋଇଥିଲା ?
ଅଯୋଧ୍ୟା ବିବାଦ ଭାରତରେ ଏକ ରାଜନୈତି ପ୍ରସଙ୍ଗ ପାଲଟି ଯାଇଛି, ଅନେକ ହିନ୍ଦୁ ସଂଗଠନ ୧୯୯୨ ଡିସେମ୍ବର ୬ ତାରିଖରେ ଅଯୋଧ୍ୟା ବାବ୍ରୀ ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗି ଦେଇଥିଲେ।
ଭାରତୀୟ ଜନତା ପାର୍ଟି ଏବଂ ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନେକ ହିନ୍ଦୁ ସଂଗଠନ ଦାବି କରିଛନ୍ତି କି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଭାଗବାନ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମ ସେହିଠାରେ ହୋଇଥିଲା ଯେଉଁଠାରେ ମସଜିଦ ରହିଛି। ସେମାନଙ୍କର ଯୁକ୍ତି ହେଲା ସେଠରେ ଥିବା ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି।
ବାବ୍ରୀ ମସଜିଦ ଭାଙ୍ଗାଯିବା ପରେ ସାରା ଦେଶରେ ଦଙ୍ଗା ସୃଷ୍ଟି ହୋଇଥିଲା ଏବଂ ସର୍ବୋଚ୍ଚ ଅଦାଲତରେ ମନ୍ଦିର ନିର୍ମାଣ ପାଇଁ ଜମି ହସ୍ତାନ୍ତର କରିବା ଦାବି ଜୋର ଧରିଥିଲା।
ବିବାଦୀୟ ଜମିର ମାଲିକାନାକୁ ନେଇ ଏହି ମାମଲା ଦେଶର ବିଭିନ୍ନ ଅଦାଲତରେ ୧୯୪୯ରୁ ଚାଲୁ ରହିଛି।

ସମ୍ପୂର୍ଣ୍ଣ ମାମଲାକୁ ନେଇ ବିବରଣୀ;-

- Advertisement -

୧୫୨୮: ଅଯୋଧ୍ୟାରେ ଏକ ଏପରି ସ୍ଥଳରେ ମସଜିଦ ନିର୍ମାଣ କରାଗଲା, ଯାହାକୁ ଅନେକ ହିନ୍ଦୁ ଭଗବାନ ଶ୍ରୀରାମଙ୍କ ଜନ୍ମ ସ୍ଥାନ ବୋଲି ବିବେଚନା କରନ୍ତି।
୧୮୫୩ : ପ୍ରଥମଥର ପାଇଁ ଏହି ସ୍ଥଳରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଅନୁମାନ କରାଯାଏ ମୋଗଲ ସମ୍ରାଟ ବାବର ଏହି ମସଜିଦ ନିର୍ମାଣ କରିଥିଲେ, ଯେଉଁଥିପାଇଁ ଏହାକୁ ବାବ୍ରୀ ମସଜିଦ ବୋଲି କୁହାଯାଏ।
୧୮୫୯ : ବ୍ରିଟିସ ଶାସକ ଏହି ବିବାଦୀୟ ସ୍ଥଳରେ ପ୍ରାଚୀର ନିର୍ମାଣ କରିଦେଲେ। ପରିସରର ଭିତର ଅଂଶକୁ ମୁସଲମାନମାନଙ୍କୁ ଏବଂ ବାହାର ଅଂଶକୁ ହିିନ୍ଦୁମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦେଲେ।
୧୯୪୯: ମସଜିଦରୁ ମିଳିଲା ଭଗବାନଙ୍କ ରାମଙ୍କ ମୂର୍ତ୍ତି। କେତେଜଣ ହିନ୍ଦୁ ଏହି ମୂର୍ତ୍ତି ନେଇ ମସଜିଦରେ ରଖିଥିବା କୁହାଯାଇଥିଲା। ମୁସଲମାନମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଉଭୟ ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା। ସରକାର ଉକ୍ତ ସ୍ଥଳକୁ ବିବାଦୀୟ ଘୋଷଣା କରି ସେଠାରେ ତାଲା ପକାଇଥିଲେ।
୧୯୮୪: ଭଗବାନ ରାମଙ୍କ ସ୍ଥଳକୁ ମୁକ୍ତ କରି ରାମ ମନ୍ଦିର ନିର୍ମାଣ ଲାଗି କିଛି ହିନ୍ଦୁ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ଏକ ସମିତି ଗଠନ କଲେ। ପରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏହାର ନେତୃତ୍ୱ ନେଇଥିଲେ।
୧୯୮୬: ହିନ୍ଦୁ ମାନଙ୍କୁ ପ୍ରର୍ଥନା କରିବା ଲାଗି ଜିଲା ମାଜିଷ୍ଟ୍ରେଟ ବିବାଦୀୟ ମସଜିଦରୁ ତାଲା ଖୋଲିଥିଲେ। ଏହାକୁ ବିରୋଧ କରି ମୁସଲମାନଙ୍କ ପକ୍ଷରୁ ବାବ୍ରୀ ମସଜିଦ ସଂଘର୍ଷ ସମିତି ଗଠନ କରାଯାଇଥିଲା।
୧୯୯୦: ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ବାବ୍ରୀ ମସଜିଦର କିଛି ଅଂଶକୁ ଭାଙ୍ଗିିବାକୁ ଉଦ୍ୟମ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।
୧୯୯୨: ବିଶ୍ୱ ହିନ୍ଦୁ ପରିଷଦ, ଶିବ ସେନା ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଡିସେମ୍ବର ୬ରେ ବାବ୍ରୀ ମସଜିଦକୁ ଭାଙ୍ଗିଦେଇଥିଲେ। ଏହାପରେ ଦେଶବ୍ୟାପୀ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା, ଯେଉଁଥିରେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories