www.samajalive.in
Monday, December 8, 2025
24.1 C
Bhubaneswar

ବାଣୀବିହାରରେ ଜବରଦଖଲ କ୍ୱାର୍ଟର୍ସ ଉଚ୍ଛେଦ ଆରମ୍ଭ 

ଭୁବନେଶ୍ୱର: ଆଜିଠାରୁ ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍‍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ ପୂର୍ବରୁ ନୋଟିସ କରିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଏହି ମହଲତ ଶେଷ ହେବା ପରେ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡିବା ପରେ ଏବେ କ୍ୱାର୍ଟର୍ସ ଖାଲି କରାଯାଉଛି ।
ସୁରକ୍ଷା ପାଇଁ  ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ବେଆଇନ ଭାବେ ମାଡି ବସିଥିବା ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ କୁଳପତି ନିର୍ଦ୍ଦେଶ ଦେଇଥିଲେ । କିଛି କ୍ୱାର୍ଟର ଖାଲି ହୋଇଥିବା ବେଳେ ଆଉ କିଛି କ୍ୱାର୍ଟର ଏବେ ବି ଅକ୍ତିଆରରେ ଥିବା ସୂଚନା ମିଳିବା ପରେ ଉଚ୍ଛେଦ କରାଯାଉଛି । ପାଖାପାଖି ୫୦ଟି କ୍ୱାର୍ଟର୍ସରେ ଉଚ୍ଛେଦ ଜାରି  ରହିଛି । ତେବେ ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ପୁଲିସ ଟିମ୍‍ ଓ ବିଏମସି ମିଳିତ ଭାବେ ଅପରେସନ ଆରମ୍ଭ କରିଛନ୍ତି ।  ବର୍ଷ ବର୍ଷ ଧରି ଷ୍ଟାଫ୍‍ କ୍ୱାର୍ଟର ମାଡି ବସିଥିବା ଲୋକଙ୍କୁ ତଡିବା ପରେ ବସ୍ତି ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବ ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories