www.samajalive.in
Friday, December 5, 2025
26.1 C
Bhubaneswar

୫୦ ବର୍ଷ ଧରି ଭାରତ-ପାକିସ୍ତାନ ଉପରେ ଗୁପ୍ତଚରଗିରି କରିଛି ଆମେରିକା

ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏକ ସ୍ବିସ୍‌ କୋଡ୍‌ ରାଇଟିଂ କମ୍ପାନୀ ଜରିଆରେ ୫୦ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ଉପରେ ଗୁପ୍ତଚରଗିରି କରିଛି। କେବଳ ଭାରତ କିମ୍ବା ପାକିସ୍ତାନ ନୁହେଁ, ଏହାର ଅନେକ ସହଯୋଗୀ ଦେଶ ଉପରେ ମଧ୍ୟ ଗୁପ୍ତଚରଗିରି କରିଛି। ଏହି କମ୍ପାନୀର ଉପକରଣକୁ ବିଶ୍ଵର ବିଭିନ୍ନ ଦେଶର ସରକାରମାନଙ୍କ ଦ୍ବାରା ଗୁପ୍ତଚରଗିରି, ସୈନିକ ଏବଂ ଗୁପ୍ତ କୂଟନୀତିଜ୍ଞଙ୍କୁ ବାର୍ତ୍ତା ଆଦାନପ୍ରଦାନ ଲାଗି ବ୍ୟବହାର କରାଯାଉଛି। କିନ୍ତୁ କମ୍ପାନୀର ମାଲିକାନା ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଏବଂ ପଶ୍ଚିମ ଜର୍ମାନୀର ଗୁଇନ୍ଦା ସଂସ୍ଥା ବିଏନଡି ନିକଟରେ ରହିଥିଲା ବୋଲି କୌଣସି ଦେଶର ସରକାରମାନଙ୍କୁ ସାମାନ୍ୟତମ ସୂଚନା ମିଳି ନ ଥିଲା। ଫଳରେ ଯେଉଁ ଉପକରଣ ଆମେରିକା ଅନ୍ୟ ଦେଶକୁ ବିକ୍ରି କରିଥିଲା ସେହି ଉପକରଣ ଜରିଆରେ ସମ୍ପୃକ୍ତ ଦେଶଗୁଡ଼ିକର ଗୁପ୍ତ ତଥ୍ୟ ଚୋରି କରିଥିବା କୁହାଯାଉଛି। ଦୀର୍ଘ ୫ ଦଶନ୍ଧି ଧରି ଏହା ଚାଲୁରହିଥିଲା ବୋଲି ଆମେରିକାର ପ୍ରତିଷ୍ଠିତ ଖବରକାଗଜ ୱାଶିଂଟନ ପୋଷ୍ଟ ଏବଂ ଜର୍ମାନୀର ସରକାରୀ ପ୍ରସାରଣ ସଂସ୍ଥା ଜେଡ୍‌ଡିଏଫ ଏକ ରିପୋର୍ଟ ପ୍ରକାଶ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ସ୍ବିଜରଲାଣ୍ଡର କ୍ରିପ୍ଟୋ ଏଜି କମ୍ପାନୀ ସହିତ ସିଆଇଏ ୧୯୫୧ରେ ଏକ ଡିଲ୍‌ କରିଥିଲା, ଯାହା ଅଧୀନରେ ୧୯୭୦ରେ ଉକ୍ତ କମ୍ପାନୀର ମାଲିକାନା ସିଆଇଏକୁ ମିଳିଯାଇଥିଲା। ପରେ ସିଆଇଏ ଏବଂ ବିଏନଡି ମିଳିତ ଭାବେ କମ୍ପାନୀର ମାଲିକାନା ହାତେଇଥିଲେ। ଏହି ଦୁଇ ଗୁଇନ୍ଦା ସଂସ୍ଥା ବର୍ଷ ବର୍ଷ ଧରି ଅନ୍ୟ ଦେଶଗୁଡ଼ିକର ସରଳତାର ଫାଇଦା ଉଠାଇବା ସହିତ ସେମାନଙ୍କ ଉପରେ ଗୁପ୍ତଚରଗିରି କରିଆସୁଥିଲେ। ସିଆଇଏର କିଛି ଗୋପନୀୟ କାଗଜପତ୍ରରୁ ଏହା ଜଣାପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ଦୁଇ ଗୁଇନ୍ଦା ସଂସ୍ଥା ଅନ୍ୟ ଦେଶକୁ ସ୍ବିସ୍‌ କୋଡ୍‌ ରାଇଟିଂ କମ୍ପାନୀର ଉପକରଣ ବିକ୍ରି କରି ଟଙ୍କା ନେଉଥିଲେ। ଏହା ସହିତ ବିଭିନ୍ନ ଦେଶ ଦ୍ବାରା ଗୋପନୀୟ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଉକ୍ତ ଉପକରଣଗୁଡ଼ିକ ଜରିଆରେ ସିଆଇଏ ଏବଂ ବିଏନଡି ସେମାନଙ୍କ ଗୁପ୍ତ ତଥ୍ୟ ମଧ୍ୟ ଚୋରି କରିନେଉଥିଲେ। ସିଆଇଏ ଏବଂ ବିଏନଡି ଏହି ସ୍ବତନ୍ତ୍ର ଅପରେଶନର ନାମ ପ୍ରଥମେ ‘ଥେସୌରସ୍‌’ ଏବଂ ପରେ ‘ରୁବିକନ୍‌’ ରଖିଥିଲେ।

- Advertisement -

ସୂଚନା ଏବଂ ଯୋଗାଯୋଗର ସୁରକ୍ଷା ବିଶେଷଜ୍ଞ କୁହାଯାଉଥିବା କ୍ରିପ୍ଟୋ ଏଜି ୧୯୪୦ରେ ପ୍ରତିଷ୍ଠା ହୋଇଥିଲା। ୨୦୧୮ରେ ଏହାକୁ ବନ୍ଦ କରିଦିଆଯାଇଥିଲା। ରୁଷରୁ ଆମେରିକା ଏବଂ ପରେ ସ୍ବିଡେନ ଲୁଚି ପଳାଇଥିବା ବୋରିସ ହେଗେଲିନ ଏହି କ୍ରିପ୍ଟୋ ମେଶିନ ତିଆରି କରିଥିଲେ। ୧୨୦ ଦେଶ ଏହି କମ୍ପାନୀର ଗ୍ରାହକ ଥିଲେ। ସେମାନଙ୍କ ମଧ୍ୟରେ ଇରାନ ସମେତ ଅନେକ ଲାଟିନ ଆମେରିକା ଦେଶ, ଭାରତ, ପାକିସ୍ତାନ ଓ ଭାଟିକାନ ସିଟି ବି ସାମିଲ ଥିଲା। ଏମାନଙ୍କ ମଧ୍ୟରୁ ପାକିସ୍ତାନ ସମେତ କେତେକ ଦେଶ ଆମେରିକାର ବିଶେଷ ସହଯୋଗୀ ଭାବେ ଜଣାଶୁଣା। କିନ୍ତୁ ଏହି ଦେଶଗୁଡ଼ିକର ଗୋପନୀୟ ତଥ୍ୟକୁ ମଧ୍ୟ ଆମେରିକା ଚୋରି କରିନେଇଥିବା ରିପୋର୍ଟରେ କୁହାଯାଇଛି। ତେବେ ୱାଶିଂଟନ ପୋଷ୍ଟ ଏବଂ ଜର୍ମାନୀର ସରକାରୀ ପ୍ରସାରଣ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଭାରତର କୌଣସି ପ୍ରତିକ୍ରିୟା ଉଲ୍ଲେଖ କରାଯାଇ ନାହିଁ। ଭାରତର କୌଣସି ଗୁଇନ୍ଦା ଅପରେଶନକୁ ଏହି ମେଶିନ ଜରିଆରେ ସିଆଇଏ ଗତିରୋଧ କରିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଦର୍ଶାଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories