www.samajalive.in
Sunday, December 14, 2025
26.1 C
Bhubaneswar

କୁକୁର ହେଲା ସହର ମେୟର: ଆମେରିକାର ଏହି ସହରରେ ଫ୍ରେଞ୍ଚ ବୁଲଡ଼ଗ୍ ପ୍ରଜାତିକୁ ମିଳିଛି ୧୩୧୪୩ ଭୋଟ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ସାରା ବିଶ୍ବ ଚାହିଁ ବସିଛି । ଏ ପର୍ଯ୍ୟନ୍ତ ବାଇଡ଼େନ କିମ୍ବା ଟ୍ରମ୍ପ କିଏ ଜିତିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆମେରିକାର ଏକ ଛୋଟ ସହର ରାବିଟ୍ ହାସ୍ ସହରବାସୀ ନିଜର ମେୟର ବାଛିଛନ୍ତି ।  ଫକ୍ସ ନ୍ୟୁଜ ଅନୁସାରେ ମେୟରଭାବରେ ଫ୍ରେଞ୍ଚ ବୁଲଡ଼ଗ୍ ପ୍ରଜାତିର ୱିଲବର ବିଷ୍ଟ ନାମକ କୁକୁରକୁ ସହରର ମେୟର ଭାବରେ ନିର୍ବାଚିତ କରିଛନ୍ତି । ରାବିଟ୍ ହାସର ହିଷ୍ଟୋରିକାଲ ସୋସାଇଟି ଅନୁସାରେ ୱିଲବର ବିଷ୍ଟକୁ ସର୍ବାଧିକ ୧୩୧୪୩ ଭୋଟ ମିଳିଛି । ଫେସବୁକ୍ ପୋଷ୍ଟରେ ହିଷ୍ଟୋରିକାଲ ସୋସାଇଟି ଏହା ଘୋଷଣା କରିଛି । ୱିଲବର ମୋଟ ୨୨୯୮୫ ଭୋଟରୁ ୧୩୧୪୩ ଭୋଟ ପାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।

- Advertisement -

ୱିଲବର ବିଗଲ୍ ପ୍ରଜାତିର କୁକୁର ଜ୍ୟାକ୍ ରାବଟକୁ ସିଧାସଳଖ ପ୍ରତିଦ୍ବନ୍ଦିତାରେ ପରାସ୍ତ କରିଛି । ଗୋଲଡ଼େନ୍ ରିଟ୍ରେଭର ପ୍ରଜାତିର କୁକୁର ୩ୟ ସ୍ଥାନ ଦଖଲ କରିଛି । ଅନୁରୂପ ଭାବରେ ସହରର ରାଷ୍ଟ୍ରଦୂତ ଭାବରେ ବିଜୟୀ ହୋଇଛି କଲି ପ୍ରଜାତିର କୁକୁର ଲେଡ଼ି ଷ୍ଟୋନ୍ । ଗତ ଥର ମଧ୍ୟ ଲେଡ଼ି ଷ୍ଟୋନକୁ ସହରବାସୀ ରାଷ୍ଟ୍ରଦୂତ ଭାବରେ ନିର୍ବାଚିତ କରିଥିଲେ ।

କେଣ୍ଟୁକି ଡଟ୍ କମ୍  ଖବର ଅନୁସାରେ ରାବିଟ୍ ହ୍ୟାସ ସହରବାସୀ ଓହିଓ ନଦୀ କୂଳରେ ଅନୌପଚାରିକ ଭାବରେ ୧୯୯୦ ମସିହାରୁ ସହରର ମେୟର ଭାବରେ କୁକୁରକୁ ମେୟର ଭାବରେ ନିର୍ବାଚିତ କରି ଆସୁଛନ୍ତି । ଏଥିପାଇଁ ଆୟୋଜକ ହିଷ୍ଟୋରିକାଲ ସୋସାଇଟିକୁ ସହର ବାସିନ୍ଦା ୧ ଡ଼ଲାର ଲେଖାଏଁ ଦାନ କରିବା ସହ ଭୋଟ ଦେଇଛନ୍ତି ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories