www.samajalive.in
Sunday, December 7, 2025
23.1 C
Bhubaneswar

ସମାନ୍ତରାଳ ଭାରତ-ପ୍ରଶାନ୍ତ ମହାସାଗରୀୟ ସୁରକ୍ଷା ମେଣ୍ଟ ଏୟୁକେୟୁଏସରେ ଭାରତ ଅଥବା ଜାପାନକୁ ସାମିଲ କରାଯିବ ନାହିଁ

ୱାଶିଂଟନ: ଅଷ୍ଟ୍ରେଲିଆ ଓ ବ୍ରିଟେନ ସହିତ ଆମେରିକାକୁ ନେଇ ନିକଟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଗଠନ କରାଯାଇଥିବା ସୁରକ୍ଷା ଗୋଷ୍ଠୀରେ ଭାରତ କିମ୍ବା ଜାପାନକୁ ସାମିଲ କରାଯିବ ନାହିଁ। ଏଭଳି ଏକ ସମ୍ଭାବନାକୁ ଆମେରିକା ପ୍ରଶାସନ ଅସ୍ୱୀକାର କରିଛନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ତ୍ରିପାଠିକ ସୁରକ୍ଷା ମେଣ୍ଟ ‘ଏୟୁକେୟୁଏସ’ ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ଏହି ସୁରକ୍ଷା ମେଣ୍ଟ ଅଧୀନରେ ଅଷ୍ଟ୍ରେଲିଆକୁ ପରମାଣୁ ଶକ୍ତି ଚାଳିତ ବୁଡାଜାହାଜ ଯୋଗାଇ ଦିଆଯିବ।

ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ୍‍ ପାସ୍କି ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ମେଣ୍ଟ ଗଠନ ନେଇ ଆମେରିକା ରାଷ୍ଟ୍ରପତି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ନିକଟକୁ ମଧ୍ୟ ବାର୍ତ୍ତା ପଠାଇ ସାରିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ସୁରକ୍ଷା ବ୍ୟବସ୍ଥାରେ ଅନ୍ୟ କାହାକୁ ସଂପୃକ୍ତ କରାଯିବ ନାହିଁ। ଉକ୍ତ ଅଞ୍ଚଳରେ ଚାଇନାର ବିସ୍ତାରବାଦୀ ନୀତିର ମୁକାବିଲା କରିବାକୁ ଏହି ମେଣ୍ଟ ଗଠନ କରାଯାଇଛି। ଉକ୍ତ ମେଣ୍ଟରୁ ବାଦ ପଡିଥିବାରୁ ଫ୍ରାନ୍ସ ମେଣ୍ଟକୁ ସମାଲୋଚନା କରିବା ସହିତ କହିଥିଲା ଯେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସମସ୍ତଙ୍କ ପାଇଁ ସମାନ ଆହ୍ୱାନ ସୃଷ୍ଟି ହେଉଥିବାବେଳେ ତାହାର ମୁକାବିଲା କରିବାରେ ସଂହତିର ଅଭାବ ରହିଥିବା ଏହି ମେଣ୍ଟ ଗଠନରୁ ପ୍ରତିଫଳିତ ହେଉଛି। କ୍ୱାଡ ଶିଖର ସମ୍ମିଳନୀରେ ଯୋଗଦେବାକୁ ସଂପ୍ରତି ଭାରତ ଓ ଜାପାନର ନେତୃତ୍ୱ ୱାଶିଂଟନରେ ଉପସ୍ଥିତ ଥିବାବେଳେ ଏୟୁକେୟୁଏସରେ ସେମାନଙ୍କୁ ସାମିଲ କରାଯିବା ସମ୍ଭାବନା ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ପାସ୍କି ଏହା କହିଥିଲେ। କ୍ୱାଡ ମେଣ୍ଟରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ରହିଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories