www.samajalive.in
Monday, December 8, 2025
14.1 C
Bhubaneswar

ବ୍ରଜରାଜନଗରରେ ଟ୍ରିପଲ ହତ୍ୟାକାଣ୍ଡ ଘଟଣା ; ନିଖୋଜ ସ୍ୱାମୀର ମୃତଦେହ ଠାବ

ବ୍ରଜରାଜନଗର : ବ୍ରଜରାଜନଗରରେ ଟ୍ରିପଲ ହତ୍ୟାକାଣ୍ଡ ଘଟଣାରେ ଆଜି ନିଖୋଜ ସ୍ୱାମୀର ମୃତଦେହ ଠାବ ହୋଇଛି। ଗତକାଲି ଜବତ ହୋଇଥିଲା ସ୍ତ୍ରୀ ଓ ୨ ଶିଶୁଙ୍କ ମୃତଦେହ ।  ଗଙ୍ଗାନଗର ଠାରେ ଗତ କାଲି  ମାଆ ଓ ୨ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉକ୍ତ  ମହିଳାଙ୍କ ସ୍ୱାମୀ ନାରାୟଣ ପୋଦ୍ଦାର ଫେରାର ଥିବା କୁହାଯାଉଥିଲା। ହେଲେ ଆଜି ନାରାୟଣଙ୍କ ଶବ ଉକ୍ତ ଅଞ୍ଚଳର ଏକ କୂଅ ମଧ୍ୟରେ ଭାସୁଥିବା ଦେଖିବାକୁ ମିଳିଛି।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଅପରପକ୍ଷରେ ନାରାୟଣ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କୂଅରେ ପକାଇଦେଇଛି ସେନେଇ ପୁଲିସ ତଦନ୍ତ କରୁଛି।
ସୂଚନା ଯୋଗ୍ୟ , ଗତ କାଲି ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗା ନଗର ଫାଟକ ପଡାର ଏକ ଘର ଭିତରୁ ପୁଲିସ ମାଆ ଓ ୨ ଶିଶୁଙ୍କ ଶବ ଉଦ୍ଧାର କରିଥିଲା। ମୃତକ ମାନେ ହେଲେ ନାରାୟଣ ପୋଦ୍ଦାରଙ୍କ ସ୍ତ୍ରୀ ସୋନି ପୋଦ୍ଦାର (୨୮) ତାଙ୍କ ଝିଅ ମୁସ୍କାନ (୦୫) ଓ ରାଧିକା (୦୩)। ସମସ୍ତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବରପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସେପଟେ ଏ ଘଟଣା ପରେ ନାରାୟଣ ପୋଦ୍ଦାର ଫେରାର ଥିବା ଜଣା ପଡିଥିଲା। ହେଲେ ଆଜି ସକାଳୁ ସ୍ଥାନୀୟ ଲୋକେ ଉକ୍ତ ଅଞ୍ଚଳର ଏକ କୂଅରେ ନାରାୟଣଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories