www.samajalive.in
Monday, December 8, 2025
16.1 C
Bhubaneswar

ଟ୍ରମ୍ପ୍‍ଙ୍କ ସ୍ୱାଗତ ପାଇଁ ଭାରତ ପ୍ରସ୍ତୁତ – ଦ୍ୱିପାକ୍ଷିକ ବିକାଶ ହେବ ମୂଳ ଲକ୍ଷ୍ୟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ଙ୍କ ଦୁଇଦିନିଆ ଭାରତ ଗସ୍ତ ପାଇଁ ଅହମ୍ମଦାବାଦ ସହରରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ରମ୍ପ୍‍ ଆସନ୍ତା ସୋମବାରଠାରୁ ଭାରତକୁ ଦୁଇଦିନ ଗସ୍ତପାଇଁ ଗୁଜୁରାଟରେ ଆସି ପହଞ୍ଚିବେ। ଟ୍ରମ୍ପ୍‍ଙ୍କର ଭାରତକୁ ଏହା ପ୍ରଥମ ଗସ୍ତ। ଅହମ୍ମଦାବାଦ ସହରରେ ହେବାକୁ ଥିବା ରୋଡ୍‍ ଶୋ’ ପାଇଁ ପ୍ରସ୍ତୁତି ପୂର୍ଣ୍ଣମାତ୍ରାରେ ଆଗେଇ ଚାଲିଛି। ରାଷ୍ଟ୍ରପତି ଟ୍ରମ୍ପ୍‍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ରୋଡ୍‍ ଶୋ’ ପଥଦେଇ ଯିବା ସମୟରେ ଭାରତୀୟ କଳାକାରମାନେ ରାସ୍ତାର ଦୁଇ ପାର୍ଶ୍ବରେ ସେମାନଙ୍କର କଳାର ପ୍ରଦର୍ଶନ କରିବେ। ଏଠି ପାଇଁ ସର୍ବମୋଟ୍‍ ୨୮ଟି ମଞ୍ଚ ନିର୍ମାଣ କରାଯାଇଛି, ଯେଉଁଥିରେ କଳାକାରମାନେ ପାରମ୍ପରିକ ବେଶଭୂଷା ସହ ଲୋକନୃତ୍ୟ, ସଙ୍ଗୀତ ଓ ଯୋଗ ଶୈଳୀମାନ ପରିବେଷଣ କରିବେ। ଅହମ୍ମଦାବାଦର ତପୋବନ ସଂସ୍କାର ପୀଠର ୨୦୦ ଛାତ୍ରଛାତ୍ରୀ ମଧ୍ୟ ଏହି ରୋଡ୍‍ ଶୋ’ରେ ଅଂଶଗ୍ରହଣ କରିବେ। ଛାତ୍ରଛାତ୍ରୀମାନେ ଟ୍ରମ୍ପ୍‍ ଓ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବା ଜଣାଇଛନ୍ତି। ସେମାନେ ଯୋଗ ଶୈଳୀ, ନୃତ୍ୟ ଓ ଲୋକ ସଙ୍ଗୀତ ପରିବେଷଣ କରିବେ।

ଆମେରିକା ରାଷ୍ଟ୍ରପ ତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ତାଜ୍‍ମହଲ୍‍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ସେଠାକୁ ଗସ୍ତ କରିବେ ନାହିଁ। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟ୍ରମ୍ପ୍‍ ଓ ତାଙ୍କର ପତ୍ନୀ ମେଲେନିଆ ଟ୍ରମ୍ପ୍‍ ସୋମବାର ଦିନ ତାଜ୍‍ମହଲ୍‍ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଟ୍ରମ୍ପ୍‍ ଓ ତାଙ୍କ ପରିବାର ତାଜ୍‍ମହଲ ଗସ୍ତ କରିବା ସମୟରେ ଭାରତର କୌଣସି ମାନ୍ୟଗଣ୍ୟ ବ୍ୟକ୍ତି କିମ୍ବା ସରକାରୀ କର୍ମକର୍ତ୍ତା ସେଠାକୁ ତାଙ୍କ ସହ ନ ଯିବାକୁ ଟ୍ରମ୍ପ୍‍ ଇଚ୍ଛା ବ୍ୟକ୍ତ କରିଛନ୍ତି। ଅହମ୍ମଦାବାଦଠାରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ସମୟରେ ମୋଦୀ ତାଙ୍କ ସହ ଉପସ୍ଥିତ ରହିବେ। ଆମେରିକା ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ।

- Advertisement -

ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ଟ୍ରମ୍ପ୍‍ଙ୍କର ଆଗାମୀ ଭାରତ ଗସ୍ତରୁ ବିଶ୍ୱର ଦୁଇ ବୃହତ୍‍ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳୁଛି। ହ୍ୱାଇଟ୍‍ ହାଉସ୍‍ର ଜଣେ ବରିଷ୍ଠ ପ୍ରଶାସନିକ ଅଫିସର ୱାଶିଂଟନରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ, ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଭାଗିଦାରୀ ସମ୍ପର୍କ ଓ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଭିତ୍ତି କରି ଏହା ଗଢ଼ି ଉଠିଛି। ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ୍‍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କରେ ମଧ୍ୟ ଏହାର ପ୍ରତିଫଳନ ଘଟିଛି। ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ବର୍ଣ୍ଣନା କରି ସେ କହିଛନ୍ତି, ଭାରତର ଶକ୍ତି ଚାହିଦାର ପୂରଣ ପାଇଁ ତାହାକୁ ସାହାଯ୍ୟ କରିବାକୁ ଆମେରିକା ସର୍ବଦା ପ୍ରସ୍ତୁତ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories