ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଆମେରିକା ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ। ରାତ୍ରୀଭୋଜନ ସାରି ପୂରା ପରିବାର ସହ ଟ୍ରମ୍ପ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତର ଶେଷ ଭାଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ଟ୍ରମ୍ପ ଦମ୍ପତି ଓ ଆମେରିକାରୁ ଆସିଥିବା ବନ୍ଧୁଙ୍କ ପୂରା ପରିବାରଙ୍କ ସମେତ ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ବିଦାୟୀ ରାତ୍ର ଭୋଜନରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



