www.samajalive.in
Sunday, December 14, 2025
14.1 C
Bhubaneswar

ଆଲାସ୍କାରୁ ଫେରିବା ସମୟରେ ପୁଟିନଙ୍କୁ ସୁରକ୍ଷା ଦେଲେ ଆମେରିକୀୟ ଏଫ-୨୨, ଏଫ-୩୫ ଯୁଦ୍ଧ ବିମାନ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ପୁଟିନ ନିଜର ସ୍ଵତନ୍ତ୍ର ବିମାନରେ ସ୍ଵଦେଶ ଫେରିଥିଲେ। ତେବେ ଏହି ସମୟରେ ତାଙ୍କୁ ସୁରକ୍ଷା ଦେଇଥିଲେ ଆମେରିକାର ଲଢ଼ୁଆ ବିମାନ ଏଫ-୨୨ ଏବଂ ଏଫ-୩୫। ପୁଟିନ ରୁଷରେ ପହଞ୍ଚିବା ପର୍ଯ୍ୟନ୍ତ ଆମେରିକୀୟ ଯୁଦ୍ଧ ବିମାନ ତାଙ୍କ ବିମାନକୁ ଏସକର୍ଟ ଦେଇଥିଲା। ଏହାର ଦୃଶ୍ୟକୁ ରେକର୍ଡ କରିଛି କ୍ରେମଲିନ। ପୁଟିନଙ୍କ ବିମାନ ଭିତରୁ ଭିଡିଓ ଉତ୍ତୋଳନ କରାଯାଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁଟିନଙ୍କ ବିମାନ ଯାଉଥିବାବେଳେ ତା’ ଚାରିପାଖେ ଏଫ-୨୨ ଏବଂ ଏଫ-୩୫ ଲଢ଼ୁଆ ବିମାନ ଘେରି ରହି ସୁରକ୍ଷା ଦେଉଛନ୍ତି।

୩ ଘଣ୍ଟା ଧରି ବୈଠକ ଚାଲିବା ପରେ ଉଭୟ ନେତା ଏଲମେନଡ୍ରଫ ରିଚାର୍ଡସନ ବିମାନଘାଟିରୁ ବିମାନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ବୈଠକରେ ହୋଇଥିବା ଆଲୋଚନା ସକାରାତ୍ମକ ଥିଲା ବୋଲି ଉଭୟେ ପୁଟିନ ଏବଂ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି। ଏହି ଆଲୋଚନା ଶାନ୍ତି ଫେରାଇ ଆଣିବାରେ ସହଯୋଗ କରିବ ବୋଲି ସେମାନେ କହିଛନ୍ତି।

- Advertisement -

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories