www.samajalive.in
Saturday, December 13, 2025
15.1 C
Bhubaneswar

ୟୁରିଆ ଅଭାବ ନେଇ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ବୌଦ୍ଧ: ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବୌଦ୍ଧ ଜିଲାରେ ବିଳମ୍ବରେ ଆରମ୍ଭ ହୋଇଥବା କୃଷି କାର୍ଯ୍ୟରେ ଏପର୍ଯ୍ୟନ୍ତ ରୁଆ ଓ ବିହୁଡା କାର୍ଯ୍ୟ ଜାରି ରହିଥିବା ବେଳେ ୟୁରିଆ ସାରର ଉତ୍କଟ ଅଭାବ ଦେଖା ଦେଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ବତର୍ମାନ ସମୟରେ ଧାନ ଫସଲ ପାଇଁ ୟୁରିଆ ସାରର ଅତ୍ୟନ୍ତ ଆବଶ୍ୟକ ଥିବାବେଳେ ମଣ୍ଡି ମାନଙ୍କରେ ସାର ଆଦୌ ମିଳୁନାହିଁ। ଫଳରେ ଚାଷୀମାନେ ୨୮୦ ଟଙ୍କାର ସାରକୁ ୫୦୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଜିଲାରେ ୟୁରିଆ ସାରର ଅଭାବୀ ବିକ୍ରି ନେଇ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରାଯିବା ସହିତ ଚାଷୀମାନଙ୍କୁ ତୁରନ୍ତ ସାର ଯୋଗାଇ ଦେବାକୁ ଦାବି କରାଯାଇଛି।

ଚଳିତ ବର୍ଷ କରୋନା ମହାମାରୀ ପାଇଁ କୃଷିଭିତ୍ତିକ ବୌଦ୍ଧ ଜିଲାରେ ଚାଷୀ ପରିବାରମାନଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି। ଚାଷୀଙ୍କ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ କେନ୍ଦ୍ର ସରକାରୀ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ୧୭ ହଜାର କୋଟି ଟଙ୍କା ମଂଞ୍ଜୁର କରାଯାଇଛି। କିନ୍ତୁ ଉକ୍ତ ଟଙ୍କା ଚାଷୀଙ୍କ ନକଟରେ ଠିକ୍‍ ଭାବରେ ପହଞ୍ଚି ପାରୁନାହିଁ। ଏହି ଜିଲାର ହଜାର ହଜାର ଚାଷୀ କାଳିଆ ଯୋଜନା ସହିତ ପିଏମ କିସାନ ଯୋଜନାରୁ ବଞ୍ଚିତ ହୋଇଥିବା କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି ଜିଲାର ହରଭଙ୍ଗା ବ୍ଲକ ମହାନଦୀ କୂଳରେ ରହିଥିଲେ ମଧ୍ୟ ଚିର ମରୁଡି ପ୍ରପିଡିତ। ଚାଷୀଙ୍କୁ ମରୁଡି ଦାଉରୁ ରକ୍ଷା କରିବା ପାଇଁ ୫ ଗୋଟି ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ହିଲୁଂ, ସାମ୍ପୋଚ, ଧଳପୁର, ରାମଗଡ ଓ ତିରୋଡଠାରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ମାତ୍ର ୨ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଅନ୍ୟ ତିନୋଟି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି କରାଯାଇଛି।

- Advertisement -

ଗତ ୪ ଦିନ ମଧ୍ୟରେ ହରଭଙ୍ଗା ବ୍ଲକରେ ପ୍ରବଳ ବର୍ଷା ହୋଇ ଅନେକ ଗ୍ରାମର ଚାଷଜମି ଜଳମଗ୍ନ ହୋଇଛି। ଧାନ ଫସଲ ସବୁ ପାଣିରେ ବୁଡି ନଷ୍ଟ ହେବାକୁ ବସିଥିବାବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ପରିବାରମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ତମାନ ବିଳମ୍ବରେ ଚାଷ ଆରମ୍ଭ ହୋଇଥିବାବେଳେ ଚାଷୀ ପରିବାର କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ତେଣୁ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି। ଏହି ଦାବି ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରାନଗଲେ ଆଗାମୀ ଦିନରେ ଭାଜପା କୃଷକ ମୋର୍ଚ୍ଚା ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦାବିପତ୍ର ଜରିଆରେ ଚେତାବନୀ ଦିଆଯାଇଛି। ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ସର୍ବଭାରତୀୟ କୃଷକ ମୋର୍ଚ୍ଚାର ଉପସଭାପତି ମହେଶ୍ୱର ସାହୁ, ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ପୂର୍ବତନ ଜିଲା ସଭାପତି ମନୋରଂଜନ ଦାଶ, ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତା ରାଣୀ ଦାଶ ଓ ଶମ୍ଭୁ ପ୍ରଧାନ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories