www.samajalive.in
Monday, December 8, 2025
24.1 C
Bhubaneswar

ସାର ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଚାଷୀଙ୍କ ଦାବି ପତ୍ର ପ୍ରଦାନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ଅର୍ନ୍ତଗତ ରଘୁନାଥପୁର ଏବଂ ନାଏକପଡାର ଶତାଧିକ ଚାଷୀ ୟୁରିଆ ସାର ଯୋଗାଇ ଦେବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଶୁକ୍ରବାର ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ରଘୁନାଥପୁର ଏବଂ ନାଏକପଡା ଗ୍ରାମର ଚାଷୀ ସଞୟ କୁମାର ନାଏକ, ସୁବାଷ ଚନ୍ଦ୍ର ଦେହୁରୀ, ସୁବୋଧ କୁମାର ଦେହୁରୀ, ଅନିଲ କୁମାର ଭୋକ୍ତା, ତରଣୀସେନ ସାହୁ, ଯଦୁ ବେହେରା, ମଣି ଦେହୁରୀ ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ଚଳିତମାସ ୫ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ଦିନ ହେଲା ଦୁଇ ଗ୍ରାମର ଚାଷୀଙ୍କ ପକ୍ଷରୁ ୟୁରିଆ ସାର ଯୋଗାଣ ପାଇଁ ଦାବି କରିଆସୁଛୁ। ମାତ୍ର ଚାଷୀଙ୍କୁ ୟୁରିଆ ସାର ଆବଶ୍ୟକତା ପରିମାଣରେ ମିଳିବାରେ ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି। ଯାହାଫଳରେ ଧାନରେ ଉଚିତ୍ ସମୟରେ ସାର ପ୍ରୟୋଗରେ ବିଳମ୍ବ ଯୋଗୁଁ ଅମଳ ପ୍ରଭାବିତ ହେବା ଯଥେଷ୍ଟ ଆଶଙ୍କା ଦେଖାଦେଇଛି। ଚାଷୀଙ୍କ ପାଇଁ ମାତ୍ର ବାମଣ୍ଡା ପ୍ୟାକ୍ସକୁ ୨୩୦ କ୍ୱିଂଟାଲ ୟୁରିଆ ସାର ବଂଟନ ପାଇଁ ଯୋଗାଣ ହୋଇଛି। କମ ପରିମାଣରେ ସାର ଯୋଗାଣ ଯୋଗୁଁ ସବୁ ଚାଷୀ ସାର ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ବଂଟନ ପାଇଁ ଆସିଥିବା ସାରକୁ ତୁରନ୍ତ ତାଲିକା ଅନୁସାରେ ବଂଟନ କରାଯିବାକୁ ଚାଷୀ ମହଲରୁ ଦାବି ହେଉଛି। ଏହା ସହିତ ଆବଶ୍ୟକତା ସାର ଯୋଗାଇ ଦେବା ପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories